www.samajalive.in
Friday, December 12, 2025
15.1 C
Bhubaneswar

ବୋଫର୍ସ ତଦନ୍ତ ହେବ ବନ୍ଦ, ଆବେଦନ ଫେରାଇନେଲେ ସିବିଆଇ ଏବଂ ଆବେଦନକାରୀ

ନୂଆଦିଲ୍ଲୀ : ଦିଲ୍ଲୀ କୋର୍ଟରୁ ଗୁରୁବାର ବୋଫର୍ସ ଦୁର୍ନୀତି ମାମଲାର ଅଧିକ ତଦନ୍ତ ଅନୁମତି ଆବେଦନକୁ ସିବିଆଇ ଫେରାଇ ନେଇଛି। ବ୍ୟକ୍ତିଗତ ଆବେଦନକାରୀ ଅଜୟ ଅଗ୍ରୱାଲ ମଧ୍ୟ ନିଜ ଆବେଦନକୁ ଫେରାଇ ନେବାକୁ ଚାହୁଁଥିବା କୋର୍ଟରେ କହିଛନ୍ତି। ଫଳରେ ବୋଫର୍ସ ମାମଲା ଉପରେ ଅଧିକ ତଦନ୍ତ ସମ୍ଭାବନାର ଅନ୍ତ ଘଟିଛି। ଦିଲ୍ଲୀ କୋର୍ଟ ବ୍ୟକ୍ତିଗତ ଆବେଦନକାରୀ ଅଜୟ ଅଗ୍ରୱାଲଙ୍କ ଅଧିକାରୀକ ପରିସରକୁ ନେଇ ପ୍ରଶ୍ନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୬ରେ ହେବ।
ଏହା ପୂର୍ବରୁ ମୁଖ୍ୟ ମେଟ୍ରୋପଲଟିନ ମାଜିଷ୍ଟ୍ରେଟ ନବୀନ କଶ୍ୟପ ପ୍ରଶ୍ନ କରିଥିଲେ ଯେ ସିବିଆଇକୁ ମାମଲାର ଅଧିକ ତଦନ୍ତ ପାଇଁ କୋର୍ଟ ଅନୁମତି କାହିଁକି ଆବଶ୍ୟକ। କେଉଁ ଧାରା ଓ ଆଧାରରେ ମାମଲାର ଅଧିକ ତଦନ୍ତ କରାଯିବ ତାହା ଜଣାଇବାକୁ କୋର୍ଟ ସିବଆଇକୁ ନିର୍ଦେଶ ଦେଇଥିଲେ। ତେବେ ଗୁରୁବାର ସିବିଆଇ ମାମଲାର ପୁନଃ ତଦନ୍ତ ଆବେଦନକୁ ଫେରାଇ ନେବାକୁ ଚାହୁଁଥିବା କୋର୍ଟରେ କହିଥିଲା। କୋର୍ଟ ସିବିଆଇର ଆବେଦନ ଫେରାଇନେବାକୁ ମଞ୍ଜୁରୀ ଦେଇଛନ୍ତି।

ପ୍ରକାଶ ଯେ ବୋଫର୍ସ ଦୁର୍ନୀତି ମାମଲାରେ ହିନ୍ଦୁଜା ଭ୍ରାତାଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ୨୦୦୫ ମେ’୩୧ରେ ଦୋଷମୁକ୍ତ କରିଥିଲେ । ଏହାକୁ ବିରୋଧ କରି ସିବିଆଇ ପକ୍ଷରୁ ୨୦୧୮ ଫେବୃଆରୀ ୨ରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ଆବେଦନ କରିବାରେ ୪୫୨୨ ଦିନ ବିଳମ୍ବ ହୋଇଥିବାରୁ ସଂସ୍ଥା ପକ୍ଷରୁ କୋର୍ଟଙ୍କ ନିକର୍ଟରେ କ୍ଷମାପ୍ରାର୍ଥନା ମଧ୍ୟ କରାଯାଇଥିଲା। ମାତ୍ର ମାମଲାର ତଦନ୍ତ ପୁନଃ ଆରମ୍ଭ କରିବା ନେଇ ସିବିଆଇ ଯେଉଁ ଯୁକ୍ତି ବାଢିଛି ତାହା ଯଥାର୍ଥ ନୁହେଁ ବୋଲି ଦର୍ଶାଇ ଆବେଦନଟିକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପୀଠ ଖାରଜ କରିଦେଇଥିଲେ । ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ଆଇନଜୀବୀ ଅଜୟ ଅଗ୍ରୱାଲଙ୍କ ଦ୍ୱାରା ଦାଖଲ ଅନ୍ୟ ଏକ ଆବେଦନର ଶୁଣାଣି ବେଳେ ସଂସ୍ଥା ନିଜର ଏହି ଯୁକ୍ତିଗୁଡିକ ଉପସ୍ଥାପନ କରିପାରିବ ବୋଲି ପୀଠ କହିଥିଲେ । ତେ​‌ବେ ଯୁକ୍ତି ଉପସ୍ଥାପନ ପୂର୍ବରୁ ସିବିଆଇ ପୁନଃ ତଦନ୍ତ ଆବେଦନକୁ ଫେରାଇ ନେଇଛି।
ଉଲ୍ଲେଖଯୋଗ୍ୟ ଯେ ୪୦୦ଟି ୧୫୫ ଏମ୍‍ଏମ୍‍ ହୁଇଟଜର ବନ୍ଧୁକ ଭାରତୀୟ ସେନାକୁ ଯୋଗାଇ ଦେବା ଲାଗି ୧୯୮୬ ମାର୍ଚ୍ଚ ୨୪ରେ ଭାରତ ଓ ସ୍ୱିଡେନର ଏ.ବି. ବୋଫର୍ସ କମ୍ପାନୀ ମଧ୍ୟରେ ୧,୪୩୭ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ମାତ୍ର ଏହି କାରବାର ହାସଲ ଲାଗି କମ୍ପାନୀ ଭାରତୀୟ ରାଜନେତା ତଥା ପ୍ରତିରକ୍ଷା ଅଧିକାରୀଙ୍କୁ ଲାଞ୍ଚ ପ୍ରଦାନ କରିଥିବା ନେଇ ୧୯୮୭ ଏପ୍ରିଲ ୧୬ରେ ସ୍ୱିଡେନ୍‍ର ରେଡିଓ ଅଭିଯୋଗ ଆଣିଥିଲା। ଅଭିଯୋଗକୁ ଭିତ୍ତି କରି ୧୯୯୦ ଜାନୁଆରୀ ୨୨ରେ ସିବିଆଇ ଏଫ୍‍ଆଇଆର୍‍ ରୁଜୁ କରିଥିଲା। ୧୯୯୯ ଅକ୍ଟୋବର ୨୨ରେ ସବିଆଇ ପ୍ରଥମ ଅଭିଯୋଗଫର୍ଦ ଦାଖଲ କରି ଚଡ୍ଡା, ଓଟାଭିଓ କ୍ୱାତ୍ରୋକି ଏବଂ ତତ୍‍କାଳୀନ ପ୍ରତିରକ୍ଷା ସଚିବ ଏସ୍‍. କେ. ଭଟ୍ଟନାଗର ଏବଂ ବୋଫର୍ସ କମ୍ପାନୀକୁ ଅଭିଯୁକ୍ତ କରିଥିଲା। ୨୦୦୦ ଅକ୍ଟୋବର ୯ରେ ଦାଖଲ ଅତିରିକ୍ତ ଅଭିଯୋଗଫର୍ଦରେ ହିନ୍ଦୁଜା ଭ୍ରାତାଙ୍କୁ ଅଭିଯୁକ୍ତ କରାଯାଇଥିଲା। କ୍ୱାତୋକିଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ୨୫୦ କୋଟି ଟଙ୍କା ଖର୍ଚ୍ଚ ସାରିଥିବା ବେଳେ ଦେଶ କଷ୍ଟରେ ଉପର୍ଜିତ ଅଧିକ ପୁଞ୍ଜି ଏ ଦିଗରେ ଖର୍ଚ୍ଚ କରିପାରିବ ନାହିଁ ବୋଲି ଦର୍ଶାଇ ସିବିଆଇ କୋର୍ଟ ୨୦୧୧ରେ ମାମଲାରୁ ତାଙ୍କୁ ମୁକ୍ତ କରିଥିଲେ। ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମ ମଧ୍ୟ ଉଠିଥିଲା। ମାତ୍ର ୨୦୦୫ରେ ଦିଲ୍ଲୀ ହାଇକୋର୍ଟ ରାଜୀବଙ୍କୁ ଦୋଷମୁକ୍ତ କରିବା ସହ ବୋଫର୍ସ କମ୍ପାନୀ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୪୬୫ ଅଧୀନରେ ମାମଲା ରୁଜୁ କରିବାକୁ କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories