www.samajalive.in
Friday, December 12, 2025
16.1 C
Bhubaneswar

ମହିଳା ମେକଅପ କର୍ମୀଙ୍କୁ ବଳାତ୍କାର ଉଦ୍ୟମ ; ସେଲୁନ ମାଲିକ ଗିରଫ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଗ୍ରେଟର ନୋଏଡା ନିକଟସ୍ଥ ଏକ ସେଲୁନରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ଏହି ସେଲୁନରେ ଜଣେ ମହିଳା ମେକଅପ କର୍ମୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ପୀଡିତା ମହିଳା ଜଣକ ଏକ ମାସ ଧରି ଉକ୍ତ ସେଲୁନରେ ମେକଅପ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ସେ ନିଜର ଭଉଣୀ ସହ ଶନିବାର ଦରମା ପାଇଁ ସେଲୁନକୁ ଯାଇଥିଲେ। ଏହି ସମୟରେ ସେଲୁନ ମାଲିକ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। କିନ୍ତୁ, ମହିଳା ଜଣକ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ସେଲୁନରେ ଥିବା ଅନ୍ୟ ପୁରୁଷ କର୍ମଚାରୀମାନେ ତାଙ୍କୁ କାବୁ କରି ପଟିଥିଲେ। ଏନେଇ ପୀଡିତା ଶନିବାର ଥାନାରେ ଏତଲା କରିଥିଲେ ମଧ୍ୟ ପୁଲିସ ଏହାକୁ ଗ୍ରହଣ କରିନଥିବା ପୀଡିତା ଅଭିଯୋଗ କରିଛନ୍ତି। ପରେ ସେ ମହିଳା ସହାୟକ ହେଲ୍ପଲାଇନ ନମ୍ବରରେ ଫୋନ କରିବା ପରେ ତାଙ୍କ ଏତଲା ଗ୍ରହଣ କରାଯାଇଥିଲା। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ସେଲୁନ ମାଲିକକୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଏହି ଘଟଣାର ଏକ ଭିଡିଓ ସାମଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories