www.samajalive.in
Friday, December 12, 2025
16.1 C
Bhubaneswar

ଖରାଦିନେ ତ୍ବଚା ପାଇଁ ଖୁବ୍ ଲାଭଦାୟକ ନଡ଼ିଆ ପାଣି

ଖରାଦିନେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ଏହିଦିନେ ୨ରୁ ୩ଥର ଥଣ୍ଡାପାଣିରେ ମୁହଁ ଧୋଇବା ତ୍ବଚା ପାଇଁ ଉପକାରୀ ହୋଇଥାଏ। ଏହାଦ୍ବାରା ଚେହେରା ସତେଜ ରହିବା ସହ ଶୁଷ୍କତାରୁ ମଧ୍ୟ ମୁକ୍ତି ମିଳିଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଖାଲି ଥଣ୍ଡା ପାଣି ପରିବର୍ତ୍ତେ ନଡ଼ିଆ ପାଣିରେ ମୁହଁ ଧୋଇବା ଅଧିକ ଲାଭଦାୟକ ହୋଇଥାଏ। ମୁହଁରେ ନଡ଼ିଆ ପାଣିର ବ୍ୟବହାର ଦ୍ବାରା ତ୍ବଚାର ଶୁଷ୍କତା ଦୂର ହେବା ସହ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ। ଚାଲନ୍ତୁ ଜାଣିବା ଖରାଦିନେ ତ୍ବଚା ପାଇଁ ନଡ଼ିଆ ପାଣି କେତେ ଲାଭଦାୟକ ହୋଇଥାଏ –

୧. ଚେହେରାରେ ଅଧିକ ଦାଗ ବା କଳା ଚିହ୍ନ ଥିଲେ ନଡ଼ିଆ ପାଣିରେ ମୁହଁ ଧୋଇବା ଖୁବ୍ ଲାଭପ୍ରଦ ହୋଇଥାଏ। ଏହାଦ୍ବାରା ତ୍ବଚାରୁ ଦାଗ ଦୂର ହୋଇଥାଏ ଓ ତ୍ବଚାର ପ୍ରାକୃତିକ ଚମକ ବଜାୟ ରହିଥାଏ।
୨. ନଡ଼ିଆ ପାଣି ବ୍ରଣ ସମସ୍ୟା ମଧ୍ୟ ଦୂର କରିଥାଏ। ଖରାଦିନେ ବିଶେଷ କରି ତେଲିଆ ତ୍ବଚା ଥିବା ବ୍ୟକ୍ତିମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ। ଏ କ୍ଷେତ୍ରରେ ନଡ଼ିଆ ପାଣିର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ।
୩. ଆଖି ତଳର କଳା ଦାଗ ଦୂର କରିବାରେ ନଡ଼ିଆ ପାଣି ବିଶେଷ ଭାବେ ସହାୟକ ହେଇଥାଏ। ନଡ଼ିଆ ପାଣିରେ ତୁଳା ବୁଡ଼ାଇ ଆଖି ତଳେ ନିୟମିତ ଲଗାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
୪. ନିୟମିତ ତ୍ବଚାରେ ନଡ଼ିଆ ପାଣିର ବ୍ୟବହାର କରିବା ଦ୍ବାରା ତ୍ବଚା ସତେଜ ରହିବା ସହ ଗୋରା ମଧ୍ୟ ହୋଇଥାଏ।
୫. ଖରାଦିନେ ଟ୍ୟାନିଙ୍ଗ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦୈନିକ ନଡ଼ିଆ ପାଣିରେ ଚେହେରା ଧୋଇବା ଉଚିତ୍।
୬. ତ୍ବଚାରେ ନଡ଼ିଆ ପାଣିର ବ୍ୟବହାର କରିବା ଦ୍ବାରା ସଂକ୍ରମଣ ଆଶଙ୍କା ମଧ୍ୟ କମ୍ ହୋଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories