www.samajalive.in
Saturday, December 13, 2025
18.1 C
Bhubaneswar

ଜାଣନ୍ତୁ, ଗରମ କ୍ଷୀର ସହ ମହୁ ପିଇବାର ଚତ୍ମକାରୀ ଲାଭ ବିଷୟରେ…

ଗରମ କ୍ଷୀରରେ ମହୁ ମିଶାଇ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଥିରେ ଆରୋଗ୍ୟଲାଭ ଗୁଣ ରହିଥାଏ। କ୍ଷୀର ଓ ମହୁ ଶରୀର ପାଇଁ ହିତକାରକ ଏକଥା ସମସ୍ତେ ଜାଣନ୍ତି। ଏହି ଦୁଇଟିକୁ ଏକତ୍ର ମିଶାଇ ପିଇଲେ ଏହା ଔଷଧ ପରି କାମ କରେ। ମହୁରେ ଆଣ୍ଟିଆକ୍ସିଡାଣ୍ଟ ଓ ଆଣ୍ଟିବ୍ୟକ୍ଟିରିୟଲ ଗୁଣ ଭରପୁର ମାତ୍ରାରେ ରହିଥିବା ବେଳେ କ୍ଷୀରରେ ଭିଟାମିନ ଏ, ଭିଟାମିନ ବି, କ୍ୟାଲସିୟମ ଓ ପ୍ରୋଟିନ ପ୍ରର୍ଯ୍ୟାପ୍ତ ପରିମାଣରେ ରହିଥାଏ।

ଗରମ କ୍ଷୀର ସହ ମହୁ ମିଶାଇ ସେବନ କରିବା ଦ୍ୱାରା ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ । ଏହା ସହ ଶରୀରରେ ଥିବା ଶିରା ପ୍ରଶିରା ସକ୍ରିୟ ରହିଥାଏ। ଫଳରେ ଶରୀରକୁ ଆରମ ମିଳେ।

- Advertisement -

ଯଦି ରାତିରେ ଆପଣଙ୍କୁ ଭଲ ଭାବେ ନିଦ ହେଉ ନାହିଁ । ତେବେ ଗରମ କ୍ଷୀର ସହ ମହୁ ସେବନ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ପିଇବା ଦ୍ୱାରା ଭଲ ନିଦ ହେବ।

ପ୍ରତ୍ୟେହ ଗରମ କ୍ଷୀର ସହ ମହୁ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ରହିବା ସହ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ମହୁ ସହ ଗରମ କ୍ଷୀର ପିଇବା ଦ୍ୱାର ହାଡ ମଜବୁତ ରହିଥାଏ। ଯଦି ଆପଣଙ୍କର କୈଣସି ହାଡ ଭାଙ୍ଗି ଯାଇଥାଏ ତେବେ ଏହାକୁ ସେବନ କରିବା ଆପଣଙ୍କ ପାଇଁ ଫଳପ୍ରଦ ହେବ।

ଗରମ କ୍ଷୀର ଓ ମହୁ ନିୟମିତ ସେବନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରର କ୍ଷମତା ବୃଦ୍ଧି ହୋଇଥାଏ। ଏହାର ପ୍ରଭାବ ସିଧା ସଳଖ ଆମ କାର୍ଯ୍ୟଶୈଳୀ ଉପରେ ପଡିଥାଏ। ଯାହା ସକାରତ୍ମକ ହୋଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories