www.samajalive.in
Monday, December 8, 2025
14.1 C
Bhubaneswar

ପୁଣିଥରେ ଛୋଟ ପରଦାକୁ ଫେରିବାକୁ ପ୍ରସ୍ତୁତ ମାଧୁରୀ

ମୁମ୍ବଇ : ବଲିଉଡ଼ର ଧକ୍ ଧକ୍ ଗର୍ଲ ଭାବେ ପରିଚିତ ମାଧୁରୀ ଦୀକ୍ଷିତଙ୍କୁ ଖୁବଶୀଘ୍ର ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ସେ ଏକ ନୃତ୍ୟଭିତ୍ତିକ ରିଆଲିଟି ଶୋ’ ମାଧ୍ୟମରେ ଛୋଟ ପରଦାକୁ ଫେରିବେ। ବିଶେଷ ସୂତ୍ରରୁ ପ୍ରକାଶ ଯେ, ‘ଡାନ୍ସ ଦିୱାନେ’ର ଆଗାମୀ ସଂସ୍କରଣ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓ ଏଥିରେ ମାଧୁରୀ ପୁଣିଥରେ ବିଚାରପତି ଦାୟିତ୍ବ ବହନ କରିବେ। ମିଳିଥିବା ଖବର ଅନୁସାରେ ‘ଡାନ୍ସ ଦିୱାନେ’ର ଏହି ସଂସ୍କରଣରେ ମାଧୁରୀଙ୍କ ସମେତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶଶାଙ୍କ ଖେତନ ଓ କୋରିଓଗ୍ରାଫର୍ ତୁଷାର କାଲିୟାଙ୍କୁ ମଧ୍ୟ ବିଚାରପତି ଆସନରେ ଦେଖିବାକୁ ମିଳିବ। ଏହି ଶୋ’ର ଟ୍ରେଲର ମଧ୍ୟ ମାଧୁରୀଙ୍କ ସହ ଶୁଟ୍ କରାସରିଛି। ‘ଡାନ୍ସ ଦିୱାନେ’ର ପୂର୍ବ ସଂସ୍କରଣରେ ମଧ୍ୟ ମାଧୁରୀ ବିଚାରପତି ଆସନ ଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରଥମେ ୧୯୮୫ ମସିହାରେ ରାଜଶ୍ରୀ ପ୍ରଡକ୍ସନର ଟିଭି ସିରିଜ୍ ‘ପେଇଙ୍ଗ୍ ଗେଷ୍ଟ’ରେ ମାଧୁରୀଙ୍କୁ ଛୋଟପରଦାରେ ଦେଖିବାକୁ ମିଳିଥିଲା। ଏହାପରେ ୨୦୦୨ରେ ସେ ସୋନୀ ଚ୍ୟାନେଲରେ ପ୍ରସାରିତ ବୈବାହିକ ଶୋ’ ‘କହିଁ ନା କହିଁ କୋଇ ହୈ’ରେ ହୋଷ୍ଟ କରିଥିଲେ। ପରେ ଲଗାତାର ସେ ନୃତ୍ୟ ରିଆଲିଟି ଶୋ’ ‘ଝଲକ୍ ଦିଖଲାଜା’ ‘ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ’ ଆଦିରେ ବିଚାରପତି ଭୂମିକା ଗ୍ରହଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories