www.samajalive.in
Saturday, December 13, 2025
21.1 C
Bhubaneswar

କେନ୍ଦୁଝରରେ କୁଆପଥର ବର୍ଷା

କେନ୍ଦୁଝର : ସୋମବାର ଅପରାହ୍ଣର କେନ୍ଦୁଝର ସହରର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ କାଳବୈଶାଖୀ ଝଡବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ କୁଆପଥର ବୃଷ୍ଟି ଯୋଗୁଁ ପୁରୁଣାସହରର ବଡଦାଣ୍ଡ ସମେତ ଆଖପାଖ ଅଞ୍ଚଳ କୂଆପଥରମୟ ହୋଇଯାଇଥିଲା।
ସୋମବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ଘଡଘଡି ସହ ବର୍ଷା, ୫୦ରୁ ୬୦କିମି ବେଗରେ ପବନ ଏବଂ ବ୍ୟାପକ କୁଆପଥର ମାଡ ହୋଇଥିଲା। କାଳବୈଶାଖୀ ଫଳରେ କେନ୍ଦୁଝର ପୁରୁଣାସହର, ସରାସ, ଶିରିଶପାଳ, ରାଙ୍କି, ବାଦାମପଟି, ଠାକୁରପାଟଣା ଆଖପାଖ ଅଞ୍ଚଳରେ କୁଆପଥରମୟ ହୋଇଯାଇଥିଲା। ପ୍ରବଳ ପବନ ଯୋଗୁଁ ସଂପୃକ୍ତ ଅଞ୍ଚଳର ବହୁ ଗଛ ଉପୁଡି ଯାଇଥିବାବେଳେ ୫୦ରୁ ଅଧିକ ଘର ଛପର ଭାଙ୍ଗିଯାଇଛି। ବାଦାମପଟି ଅଞ୍ଚଳର ରାମଚନ୍ଦ୍ର ମହାକୁଡ, ଅନିରୁଦ୍ଧ ଗିରି, ସୁକାନ୍ତ ଗିରି, କୃଷ୍ଣଚନ୍ଦ୍ର ଗିରି, ରତିକାନ୍ତ ଗିରିଙ୍କର ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ସେହିପରି ସରାସ ଅଞ୍ଚଳରେ କାଳବୈଶାଖୀ କାରଣରୁ ଗଛ ଉପୁଡି ପଡିଥିବାବେଳେ କେତେକ ଘର ଭାଙ୍ଗି ଯାଇଛି।
ଗଛ ପଡ଼ି ଘର ଭାଙ୍ଗିବା କାରଣରୁ ଶିରିଶପାଳ ଅଞ୍ଚଳର ୨ଜଣ ବ୍ୟକ୍ତି ଆହତ ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି। ଏଭଳି କୁଆପଥର ବୃଷ୍ଟି ବିଗତ ୩୦/୪୦ବର୍ଷ ପୂର୍ବରୁ ଦେଖିବାକୁ ମିଳି ନ ଥିଲା ବୋଲି ପୁରୁଖା ଲୋକମାନେ ମତ ଦେଉଛନ୍ତି। କେନ୍ଦୁଝର ପୁରୁଣାସହରର ବଡଦାଣ୍ଡରେ ବ୍ୟାପକ କୂଆପଥର ବୃଷ୍ଟି ଯୋଗୁଁ କାଶ୍ମୀରର ରାଜରାସ୍ତା ଭଳି ଦୃଶ୍ୟମାନ ହୋଇଥିଲା। ପ୍ରବଳ କୂଆପଥର ମାଡ ଯୋଗୁଁ ଖରାଟିଆ ଫସଲ,ପନିପରିବା ଚାଷ, ଆମ୍ବ ଚାଷ, ଗଛ ପତ୍ର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।
ଚାଷ ବିଲରେ ସନ୍ଧ୍ୟା ପର୍ଯ୍ୟନ୍ତ ୧ଫୁଟରୁ ଅଧିକ ବହଳର କୁଆପଥର ଦୃଶ୍ୟମାନ ହୋଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ କାଳବୈଶାଖୀରେ କ୍ଷୟକ୍ଷତିର ସବିଶେଷ ତଥ୍ୟ ମିଳିପାରି ନ ଥିବାବେଳେ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ଅତିରିକ୍ତ ଜିଲାପାଳଙ୍କ ବାସଭବନ ସମ୍ମୁଖରେ ଏକ ବଡ ଗଛ ଉପୁଡି ପଡିଛି।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories