ମାଲକାନଗିରି : ମାଲକାନଗିିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବହୁ ମାଓ ହିଂସାରେ ସଂମ୍ପୃକ୍ତ ଆନ୍ଧ୍ର ଓଡିଶା ଜୋନାଲ କମିଟି ଚିତ୍ରକୋଣ୍ଡା ଦଳମର ମିଲିସିଆ ମାଓ କମାଣ୍ଡର ଗେମିଲି ସାତିଶ ଓ ତା ସହଯୋଗୀ ମାଣ୍ଡାପାଲି ଇଶ୍ୱରୀ ଆଜି ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ରାହୁଲଦେବ ଶର୍ମାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଶ୍ରୀ ଶାର୍ମାଙ୍କ ସୂଚନା ଅନୁଯାୟୀ ୨୦୧୫ରୁ ଏମାନେ ମିିଲିସିଆ କମାଣ୍ଡର ଭାବେ ଆନ୍ଦ୍ର ଓଡିଶା ସୀମାବତି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ସ୍ୱତନ୍ତ୍ର ତାଲିମ ନେବା ପରେ ଗୁରୁପ୍ରିୟା ସେତୁର ସୁରକ୍ଷା ପାଇଁ ନିୟୋଜିତ ବିଏସଏଫ ସହ ହୋଇଥିବା ପାପରମେଟଲାରେ ଗୁଳିବିନିମୟ, ବିଏସଏଫକୁ ଟାର୍ଗେଟ କରି ବିସ୍ଫୋରଣ କରିବା ସହ ଇନଫର୍ମର ସନ୍ଦେହରେ ହତ୍ୟା, ପୁଲିସ ଗତିବିଧି ସମ୍ପର୍କରେ ସୂଚନା ନେଇ ଗୋଇନ୍ଦା ତଥ୍ୟ ଆଦାୟ ଭଳି ବହୁ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ମାଓ ସଂଗଠନରେ ପୂର୍ବ ଆଦର୍ଶ ନଥିବା ବେଳେ ନିରୀହ ଲୋକଙ୍କ ହତ୍ୟା କରୁଥିବା ଏବଂ ମହିଳାଙ୍କୁ ଉଚିତ ସମ୍ମାନ ଦେଉ ନ ଥିବାରୁ ସେ ସଂଗଠନ ଛାଡିଥିବା କହିଛନ୍ତି। ସରକାରଙ୍କ ମାଓ ଆତ୍ମସମର୍ପଣ ନୀତି ଅନୁଯାୟୀ ଏମାନଙ୍କୁ ଥଇଥାନ କରାଯିବ ବୋଲି ଏସପି ଶ୍ରୀ ଶର୍ମା କହିଛନ୍ତି।
ଦୁଇ ମାଓ କମାଣ୍ଡରଙ୍କ ଅତ୍ମସମର୍ପଣ
Popular Categories



