www.samajalive.in
Saturday, December 13, 2025
27.1 C
Bhubaneswar

୪ ହାଇକୋର୍ଟର ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମ ଗୁରୁବାର ବମ୍ବେ ହାଇକୋର୍ଟ ବିଚାରପତି ଭୂଷଣ ରାମକୃଷ୍ଣ ଗାୱାଇ ଏବଂ ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିଶ କରିଛି। ଏହାସହ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ରର ଆପତ୍ତିକୁ ଖଣ୍ଡନ କରି ଜଷ୍ଟିସ୍ ଅନିରୁଦ୍ଧ ବୋସ ଏବଂ ଜଷ୍ଟିସ୍ ଏଏସ୍ ବୋପନ୍ନାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ପୁନଃ ସୁପାରିଶ କରିଛି। ବରିଷ୍ଠିତା ଏବଂ ଆଞ୍ଚଳିକ ନେତୃତ୍ବକୁ ବିଚାରକୁ ନେଇ କେନ୍ଦ୍ର ଏହି ଦୁଇ ଜଷ୍ଟିସଙ୍କ ନାମ ଫେରାଇ ଦେଇଥିଲା।

ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ପୁନଃ ବିଚାର ସୁପାରିଶରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ବିଚାରପତିଙ୍କ ନିଯୁକ୍ତି ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ଏବଂ ଯୋଗ୍ୟତା ଭିତ୍ତିରେ ହେବା ଆବଶ୍ୟକ। ଏହି ଦୁଇ ଜଷ୍ଟିସଙ୍କ ବିରୋଧରେ କୌଣସି ପ୍ରତିକୂଳ ଅଭିଯୋଗ ନାହିଁ। ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ବୋସ୍ ଜାତୀୟସ୍ତରରେ ବରିଷ୍ଠତା ଆଧାରରେ ୧୨ ଏବଂ ଗୁଆହାଟି ହାଇକୋର୍ଟ ମୁଖ୍ୟ ବିଚାରପତି ଏଏସ୍ ବୋପନ୍ନା ବରିଷ୍ଠତା ଆଧାରରେ ଜାତୀୟସ୍ତରରେ ୩୬ ନମ୍ବର ସ୍ଥାନରେ ଅଛନ୍ତି । ଜଷ୍ଟିସ୍‍ ରାମକୃଷ୍ଣ ୨୦୦୩ ନଭେମ୍ବର ୧୪ରୁ ବମ୍ବେ ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ୨୦୦୪ ଜାନୁଆରୀ ୨ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ବିଚାରପତି ଭାବେ ସୂର୍ଯ୍ୟକାନ୍ତଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରେ ୨୦୧୮ ଅକ୍ଟୋବର ୫ରେ ସୂର୍ଯ୍ୟକାନ୍ତଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।
ସୁପ୍ରିମକୋର୍ଟ ୱେବସାଇଟରେ ଅପଡେଟ୍‍ କରାଯାଇଥିବା ସୁପାରିଶ ଅନୁସାରେ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱାଧୀନ ୫ ସଦସ୍ୟ ବିଶିଷ୍ଠ କଲେଜିୟମ ପକ୍ଷରୁ ବୁଧବାର ଅନୁଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟର ମୋଟ ୩୧ ବିଚାରପତି ପଦରୁ ଏବେ ୪ଟି ପଦ ଖାଲି ପଡ଼ିଛି। ଅର୍ଥାତ ଏବେ ସୁପ୍ରିମକୋର୍ଟରେ ୨୭ ଜଣ ବିଚାରପତି ଅଛନ୍ତି।
ଖାଲି ବିଚାରପତି ପଦ ପୂରଣ ପାଇଁ କଲେଜିୟମ କେନ୍ଦ୍ର ସରକାରଙ୍କ ନିକଟରେ ୪ ହାଇକୋର୍ଟ ବିଚାରପତିଙ୍କୁ ପଦୋନ୍ନତି ଦେଇ ସୁପ୍ରିମକୋର୍ଟ ବିଚାରପତି କରିବାକୁ ସୁପାରିଶ କରିଛି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories