www.samajalive.in
Wednesday, December 10, 2025
18.1 C
Bhubaneswar

ତୈଳାକ୍ତ ମୁହଁରୁ ମୁକ୍ତି ପାଇବାର ଘରୋଇ ଉପାୟ

ଅନେକ ବ୍ୟକ୍ତିଙ୍କ ମୁହଁ ତୈଳାକ୍ତ ହୋଇଥାଏ। ଏହି କାରଣରୁ ମୁହଁରେ ବ୍ରଣ ଓ ଅନେକ ସମସ୍ୟା ଦେଖା ଦେଇଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାରର ବ୍ୟୁଟି ପ୍ରଡକ୍ଟର ବ୍ୟବହାର କରିଥାଉ। କିନ୍ତୁ ଏପରି ନ କରି କିଛି ଘରୋଇ ଉପାୟ ଆପଣେଇବା ଉଚିତ। ତାହାକୁ ବ୍ୟବହାର କରିବା ଦ୍ବାରା ମୁହଁକୁ କୌଣସି ପ୍ରକାରର କ୍ଷତି ପହଞ୍ଚି ନ ଥାଏ। ଏହାସହ ଉପଯୁକ୍ତ ପୋଷକ ମିଳିଥାଏ। ତେବେ ଆସନ୍ତୁ ଜାଣିବା ତୈଳାକ୍ତ ମୁହଁରୁ ମୁକ୍ତି ପାଇବାର ଘରୋଇ ଉପାୟ ସମ୍ବନ୍ଧରେ ..

ପୁଦିନା :

- Advertisement -

ପୁଦିନାର କିଛି ପତ୍ର ଆଣି ତାକୁ ଏକ ପାତ୍ରରେ ପାଣି ସହ ଫୁଟାନ୍ତୁ। ତାପରେ ତାହା ଥଣ୍ଡା ହୋଇଯିବା ପରେ ଛାଣି ଦିଅନ୍ତୁ। ସେହି ପାଣିକୁ ତୂଳା ସାହାଯ୍ୟରେ ମୁହଁରେ ଲଗାଇ ୧୫ ମିନିଟ ଛାଡି ଦିଅନ୍ତୁ। ତାପରେ ମୁହଁ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ଥର କରିବା ଦ୍ବାରା ତୈଳାକ୍ତ ମୁହଁରୁ ରକ୍ଷା ପାଇବା।

ଲେମ୍ବୁ :

ଲେମ୍ବୁ ରସରେ ଅଳ୍ପ ପାଣି ପକାଇ ମିଶାଇ ଦିଅନ୍ତୁ। ତାପରେ ତୂଳାରେ ତାହାକୁ ମୁହଁରେ ୨୦ମିନିଟ ଲଗାଇ ରଖନ୍ତୁ। ତାପରେ ମୁହଁ ଧୋଇ ଦିଅନ୍ତୁ। ମୁହଁ ଧୋଇବା ପରେ ମଶ୍ଚରାଇଜର ଲଗାନ୍ତୁ। ଏପରି ସପ୍ତାହକୁ ୨ରୁ ୩ ଥର କରନ୍ତୁ।

ମୁହଁ ତେଲିଆ ହେବାର କାରଣ :

ଅଧିକ ମଶ୍ଚରାଇଜର ବ୍ୟବହାର

ଅଧିକ ବ୍ୟୁଟି ପ୍ରଡକ୍ଟର ବ୍ୟବହାର

ଖରାପ ପ୍ରଦୂଷଣ

ତୈଳାକ୍ତ ମୁହଁର ଲକ୍ଷଣ :

ବ୍ଲାକ ହେଡ୍ସ ହେବା

ମୁହଁର ଚମକ କମିଯିବା

ମୁହଁରେ କଳା ଦାଗ ହେବା

 

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories