www.samajalive.in
Tuesday, December 9, 2025
15.1 C
Bhubaneswar

ଏହି ପ୍ରଣାଳୀରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲାଭ

ଉତ୍ତମସ୍ୱାସ୍ଥ୍ୟ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଉତ୍ତମସ୍ୱାସ୍ଥ୍ୟ ପାଇଁ କେତେକ ଟିପ୍ସ ଆବଶ୍ୟକ। ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ନିତ୍ୟାନ୍ତ ଜରୁରୀ। ପୁଷ୍ଟିକର ଖାଦ୍ୟ ପାଇଁ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ମାତ୍ର ଏପରି ଏକ ଖାଦ୍ୟ ରହିଛି, ଯେଉଁଥିରେ ଆମେ ବିଭିନ୍ନ ପ୍ରକାରର ଭିଟାମିନ, ପୋଷକ ତତ୍ତ୍ୱ ପାଇଥାଉ। ସେଭଳି ଏକ ଖାଦ୍ୟ ହେଉଛି ଅଣ୍ଡା।
ସେଭଳି ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଅଣ୍ଡା ଖାଇବା ଦ୍ୱାରା ଖୁବ ଉପକାର ମିଳେ। ଅଣ୍ଡା ମେଟାବୋଲିଜିମ, ଫ୍ୟାଟକୁ କମ କରିବା ସହ ଫାଷ୍ଟ ଫୁଡ଼ ଜାତୀୟ ଖାଦ୍ୟ ଖାଇବାର ଇଚ୍ଛାକୁ କମ କରିଥାଏ। ଯାହା ଦ୍ୱାରା ବହୁ ପରିମାଣରେ ଓଜନ ନିୟନ୍ତ୍ରିତ ହୋଇରହିଥାଏ। ସିଝା ଅଣ୍ଡା ଖାଇବା ଦ୍ୱାରା ଓଜନ କମ ହୋଇଥାଏ। ମାତ୍ର କେବଳ ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଏହାର ସଠିକ ଫଳ ମିଳିଥାଏ। ଅଣ୍ଡାର ହଳଦିଆ ଅଂଶକୁ ନିୟମିତ ଖାଆନ୍ତୁ ନାହିଁ।
ଅଣ୍ଡାରେ ପ୍ରସ୍ତୁତ ଆମଲେଟ ମଧ୍ୟ ଖାଆନ୍ତୁ ନାହିଁ। ଏହାକୁ ଖାଇଲେ ମଧ୍ୟ ଶରୀରରେ ଫ୍ୟାଟ ବୃଦ୍ଧି ପାଇଥାଏ।
ଯେଉଁ ସମୟରେ ଅଣ୍ଡାର ଆମଲେଟ ଖାଉଛନ୍ତି, ଅଳ୍ପ ପରିମାଣରେ ଛତୁ ଓ ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ।
ସିଝା ଅଣ୍ଡା ଖାଇବା ପରେ ଅଳ୍ପ କମଳା ଖାଇବା ମଧ୍ୟ ଖୁବ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ।
ଅଣ୍ଡା ସହ ବିନସ୍‍ ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟକୁ ଉପଯୁକ୍ତ ପୋଷକ ପ୍ରଦାନ କରିବା ସହ ଓଜନକୁ ନିୟନ୍ତ୍ରିତ କରି ରଖେ।
ସିଝା ଅଣ୍ଡା ସହ ସିଝା ସବୁଜ ପନିପରିବା, ଅଙ୍ଗୁର ରସ , ଓଟସ୍‍ ମଧ୍ୟ ଖାଇପାରିବେ। ଏହାକୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଓଜନ ବୃଦ୍ଧି ହେବାକୁ ରୋକି ଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories