www.samajalive.in
Saturday, December 6, 2025
26.1 C
Bhubaneswar

ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପଯୁକ୍ତ ପୂଜନ ବିଧି

ଗୁରୁବାରରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନପ୍ରାପ୍ତି ହୋଇଥାଏ। ଏହିଦିନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ଯୁଗଳ ଭାବେ ପୂଜା କରିବା ଦ୍ୱାରା ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଗୁରୁବାର ଦିନ ଶ୍ରଦ୍ଧାର ସହ ପୂଜା କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଗୁରୁବାର ଦିନ ବ୍ରତ କରିବା ଦ୍ୱାରା ଜୀବନରେ ଅନେକ ଲାଭ ହୋଇଥାଏ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ସ୍ୱାସ୍ଥ୍ୟରେ ଅବନତି ଘଟୁଥିଲେ ଏହି ବ୍ରତ କରିବା ଦ୍ୱାରା ଉନ୍ନତି ହୋଇଥାଏ। ସମାଜରେ ସମ୍ମାନ ବୃଦ୍ଧି ପାଇଥାଏ।

ଗୁରୁବାର ଦିନ ବ୍ରତ କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ଏହି ବ୍ରତ କରିବାର କିଛି ନିୟମ ରହିଛି। ଆସନ୍ତୁ ଜାଣିବା ଏହି ବ୍ରତ କିପରି କରିବା ଉଚିତ୍‍ ..
ଗୁରୁବାର ଦିନ ନଖ ଓ ଚୁଟି କାଟନ୍ତୁ ନାହିଁ।
ବସ୍ତ୍ରକୁ ସଫା କରନ୍ତୁ ନାହିଁ। ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ।
ଲୁଣର ଅଯଥା ନଷ୍ଟ କରନ୍ତୁ ନାହିଁ।
ମା’ ଲକ୍ଷ୍ମୀ ଓ ବିଷ୍ଣୁଙ୍କର ଯୁଗଳ ପ୍ରତିମାକୁ ଶ୍ରଦ୍ଧାର ସହ ପୂଜା କରନ୍ତୁ।
ପ୍ରସାଦ ରୂପେ ଫଳ ଭୋଗ ଲଗାନ୍ତୁ।

- Advertisement -

ପୂଜାର ବିଧି :
ଗୁରୁବାର ଦିନ ସ୍ନାନ କରି ସାରିବା ପରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ପୂଜା ଘରକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ। ପୂଜା ସମୟରେ ହଳଦିଆ ଫୁଲ, ଚଣା ଡାଲିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ପୂଜା ସମୟରେ ଅନ୍ୟମନସ୍କ ହୁଅନ୍ତୁ ନାହିଁ। ଶ୍ରଦ୍ଧାର ସହ ପୂଜା କରି ମନ୍ତ୍ର ପାଠ କରନ୍ତୁ।
ପାଣିରେ ହଳଦୀ ପକାଇ କଦଳୀ ବୃକ୍ଷ ମୂଳରେ ଢାଳନ୍ତୁ। କଦଳୀ ବୃକ୍ଷ ମୂଳରେ ଚଣା ଡାଲିର ଭୋଗ ଚଢାନ୍ତୁ। ଗଛ ପାଖରେ ଦୀପ ଜଳାଇ ଆଳତି କରନ୍ତୁ। ଗୁରୁବାର ଦିନ ବ୍ରତ କରୁଥିଲେ ଦିନରେ କେବଳ ଗୋଟିଏ ଥର ଭୋଜନ କରନ୍ତୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories