www.samajalive.in
Saturday, December 13, 2025
27.1 C
Bhubaneswar

ପୁରୁଷ ହକି : ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପର୍ଥ : ଅଷ୍ଟ୍ରେଲିଆ ଗସ୍ତରେ ତା’ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ପୁରୁଷ ସିନିୟର ହକି ଦଳ ବିଜୟୀ ହୋଇଛି । ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୨-୦ ଗୋଲ୍‌ରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍‌ସ ଦଳକୁ ପରାସ୍ତ କରିଛି। ଭାରତ ପାଇଁ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ଏହି ୨ଟି ଗୋଲ୍ ସ୍କୋର୍ କରିଥିଲେ। ଘରୋଇ ଅଷ୍ଟ୍ରେଲିଆ ବିରୋଧରେ ଖେଳିବା ପୂର୍ବରୁ ଭାରତୀୟ ଦଳକୁ ଏହି ବିଜୟ ନିଶ୍ଚୟ ଉତ୍ସାହିତ କରିବ।
ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ଭାରତ ଓ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍‌ସ ଆକ୍ରମଣାତ୍ମକ ହକି ଖେଳିଥିଲେ। ଫଳତଃ ଉଭୟ ଦଳ ଗୋଲ୍‌ଦେବାର ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ। ୫ମ ମିନିଟରେ ଭାରତ ପାଇଁ ପ୍ରଥମ ମ୍ୟାଚ୍ ଖେଳିଥିବା ଯଶକରଣ ସିଂହ ଗୋଲ୍‌ଉପରେ ଆକ୍ରମଣ କରିଥିଲେ; ହେଲେ ତାଙ୍କ ସଟ୍‌ ଗୋଲ୍‌ପୋଷ୍ଟ ବାହାରେ ଚାଲି ଯାଇଥିଲା। ପରେ ଭାରତର ଅଭିଜ୍ଞ ଖେଳାଳି ଆକାଶଦୀପ ସିଂହ ଗୋଲ୍‌ପୋଷ୍ଟ ଉପରକୁ ସଟ୍ ମାରିଥିଲେ ହେଁ ଏହା ମଧ୍ୟ ନିଷ୍ଫଳ ହୋଇ ଯାଇଥିଲା। ୨ୟ କ୍ବାର୍ଟରରେ ଭାରତୀୟ ଅଧିନାୟକ ମନପ୍ରୀତ ସିଂହ ଓ ମନଦୀପ ସିଂହ ଗୋଲ୍‌ ଉପରକୁ ସଟ୍ ମାରିଥିଲେ ହେଁ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍‌ସର ଗୋଲ୍‌ରକ୍ଷକ ​‌େ​‌ବନ୍ ରେନି ଏହାକୁ ରୋକି ଦେଇଥିଲେ। ଭାରତ ପ୍ରାଧାନ୍ୟ ବିସ୍ତାରକରି ଖେଳିବା ସହ ୨ୟ କ୍ବାର୍ଟରରେ ପ୍ରଥମ ଗୋଲ୍‌ ଦେଇଥିଲା। ୨୩ ମିନିଟରେ ଏକ ଡିଫେନ୍‌ଭେଦୀ ପାସ୍ ପାଇ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଗୋଲ୍‌ଦେଇ ଭାରତକୁ ୧-୦​​‌ରେ‌ର ଆଗୁଆ କରିଥିଲେ। ଗୋଲ୍‌ବରଣ କରିବା ପରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍‌ସ ମ୍ୟାଚ୍‌କୁ ଫେରିବାର ପ୍ରୟାସ କରିଥିଲା। ୨ୟ କ୍ବାର୍ଟରର ଶେଷ ଆଡ଼କୁ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ତେବେ ପ୍ରତିପକ୍ଷ ଗୋଲ୍‌ରକ୍ଷକ ବେନ୍ ରେନି ଏହାକୁ ରୋକି ଦେଇଥିଲେ। ୩ୟ କ୍ବାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖିଥିଲା। ତେବେ ଘରୋଇ ଦଳ ରକ୍ଷଣାତ୍ମକ ପ୍ରଦର୍ଶନ କରି ଗୋଲ୍‌ହେବାକୁ ଦେଇନଥିଲା। ୪୦ ମିନିଟରେ ଭାରତକୁ ଏକ ସୁଯୋଗ ମିଳିଥିଲା। ବୀରେନ୍ଦ୍ର ଲାକ୍ରାଙ୍କ ପାସ୍ ସାଥୀ ଖେଳାଳି ସୁମିତଙ୍କ ପାଖରେ ପହଞ୍ଚିଥିଲା। ତେବେ ସୁମିତ ଅଷ୍ଟ୍ରେଲୀୟ ଡିଫେନ୍‌ସ ଭେଦ କରି ପାରିନଥିଲେ। ୫୦ ମିନିଟରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ହରମନପ୍ରୀତ ସିଂହ ଗୋଲ୍‌ ଦେଇଥିଲେ। ୫୭ ମିନିଟରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍‌ସକୁ କ୍ରମାଗତ ୨ଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ତେବେ ଭାରତୀୟ ଡିଫେଣ୍ଡର ଉଭୟ ବିପଦରୁ ଏଡ଼ାଇ ପାରିଥିଲେ। ଆସନ୍ତା ୧୦ରେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତ ୨ୟ ମ୍ୟାଚ୍ ଖେଳିବ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories