www.samajalive.in
Monday, December 8, 2025
14.1 C
Bhubaneswar

ପୁଲିସ-ମାଓବାଦୀ ଗୁଳି ବିନିମୟ : ୭ ମାଓବାଦୀ ନିହତ

କୋରାପୁଟ/ମାଲକାନଗିରି: ପୁଲିସ ସହ ଗୁଳିବିନିମୟ ଘଟି ବୁଧବାର ୩ ମହିଳା ମାଓବାଦୀଙ୍କ ସମେତ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଆଜି କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତ ପାଡୁଆ ଥାନା ଅନ୍ତର୍ଗତ କିଟୁଆକାନ୍ତି ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏନକାଉଣ୍ଟରରେ ୫ଜଣ ମାଓବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ତିନିଜଣ ମହିଳା ମାଓବାଦୀ ଥିବା ଜଣାଯାଇଛି। ସେମାନଙ୍କ ନିକଟରୁ ୨ଟି ଇନସାସ୍‌ ରାଇଫଲ ଓ ୨ଟି ଏସଏଲଆର ବନ୍ଧୁକ ଜବତ ହୋଇଥିବାବେଳେ, କିଟ ବେଗ୍‌, ବେଟ୍ରି ଚାର୍ଜର, ସୋଲାର ପାନାଲ, କ୍ୟାମ୍ପ ସମ୍ବନ୍ଧୀୟ ସାମଗ୍ରୀ ଜବତ କରାଯାଇଛି। ଡିଭିଏଫ ଓ ଏସଓଜିର ୪ଟି ଦଳ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିବାବେଳେ ୩୦ମିନିଟ ଧରି ଗୁଳି ବିନିମୟ ଚାଲିଥିଲା। ବର୍ତ୍ତମାନ ଏମାନଙ୍କ ପରିଚୟ ପୁଲିସ ପ୍ରଦାନ କରିନାହିଁ ବୋଲି କୋରାପୁଟ ଏସପି ଡାକ୍ତର କନୱର ବିଶାଲ ସିଂ ଏକ ସାମ୍ବାଦିକ
ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେହିପରି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ପୁଣି ଆଜି ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇଜଣ ଦୁର୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସୁକୁମା ଓ ଦାନ୍ତେୱାଡା ସୀମାନ୍ତ ଆରନପୁର ଥାନା ଅନ୍ତର୍ଗତ ଗୁରାଇ ଜଙ୍ଗଲରେ ପୁଲିସ ଓ ଏସ୍‌ଟିଏଫ୍‌ର ମିଳିତ କୁମ୍ବିଂ ଅପରେସନ ଚାଲୁଥିବା ବେଳେ ମାଓ ଶିବିର ଉପରେ ଚଢ଼ଉ କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ୧ଘଣ୍ଟା ଧରି ଗୁଳି ବିନିମୟ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ୍‌ ଓ ବାର ବୋର ବନ୍ଧୁକ ସମେତ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଘଟଣାରେ ଇନ୍‌ଫର୍ମର ସନ୍ଦେହରେ ସନ୍ତୁ ଗୋଟା ନାମକ ଜଣେ ଆଦିବାସୀଙ୍କୁ ଛାଟବାଟିଆ ଥାନା ଅଞ୍ଚଳରେ ମାଓବାଦୀ ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories