ଆଜିକାଲି ଅନେକଙ୍କର ବ୍ରଣ ଓ ଆଖି ତଳ କଳା ଦାଗ ସମସ୍ୟା ରହିଛି। ଏହା ପଛରେ ଅନେକ କାରଣ ରହିଛି। ଯେପରି ତୈଳାକ୍ତ ମୁହଁ, ଅଧିକ ଚିନ୍ତିତ ରହିବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଓ ଖରାପ ଜୀବନ ଶୈଳୀ ଯୋଗୁଁ ମୁହଁରେ ବ୍ରଣ ସମସ୍ୟା ଦେଖା ଦେଇଥାଏ। ଅନେକ ଝିଅମାନେ ବ୍ରଣର ଦାଗକୁ ମେକଅପ ଦ୍ବାରା ଲୁଚାଇବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଏପରି କରିବା ଅପେକ୍ଷା ଘରୋଇ ଉପାୟରେ ମୁହଁରୁ ବ୍ରଣ ଓ ଆଖି ତଳ କଳା ଦାଗ ସମସ୍ୟା ଦୂର କରିପାରିବା। ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ..
ଦହି ଓ ଲେମ୍ବୁ ରସ :
ଏକ ଚାମଚ ଦହିରେ ୧ ଚାମଚ ଲେମ୍ବୁ ରସ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୩୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ତାପରେ ମଶ୍ଚରାଇଜର ଲଗାନ୍ତୁ। ସପ୍ତାହକୁ ଦୁଇ ଥର ଏପରି କରନ୍ତୁ।
ଦହି :
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ଦହି ଲଗାନ୍ତୁ। ଏହାଦ୍ବାରା ମୁହଁରୁ ଅପରିଷ୍କାର ଧୂଳି ଓ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ।
ଦହି ଓ ବେସନ :
୧ ଚାମଚ ବେସନରେ ୨ ଚାମଚ ଦହି ମିଶାନ୍ତୁ। ତାହାକୁ ୨୦ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ୨୦ମିନିଟ ରଖି ଦିଅନ୍ତୁ। ମୁହଁରେ ତାହା ଶୁଖିଗଲା ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ଥର କରନ୍ତୁ।
ବ୍ରଣ ହେବାର କାରଣ :
ଧୂଳି ଓ ପ୍ରଦୂଷଣ କାରଣରୁ
ଅଧିକ ଜଙ୍କଫୁଡ ଓ ତୈଳାକ୍ତ ଖାଦ୍ୟ ଖାଇବା ଯୋଗୁଁ
ଅଧିକ ଚା ଓ କଫି ପିଇବା ଦ୍ବାରା
ମଦ୍ୟପାନ ଓ ଧୂମ୍ରପାନ କରିବା ଯୋଗୁଁ



