www.samajalive.in
Monday, December 15, 2025
27.1 C
Bhubaneswar

‘ଫନି’ ପାଇଁ ୧୦୮ଆମ୍ବୁଲାନ୍ସ ପ୍ରସ୍ତୁତ

ଭୁୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଓଡିଶା ମୁହାଁ ହେବାରେ ଲାଗିଛି। ଏହା ଧିରେ ଧିରେ ତାଣ୍ଡବ ରୂପ ଧାରଣ କରୁଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ତେବେ ‘ଫନି’ ପୁରୀ ଠାରୁ ୩୬୦କି.ମି ଦୂରରେ ରହିଛି। ଏହାର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ଏହାକୁ ଦୃଷ୍ଟିରେରଖି ଜିକିତ୍ସା ହେଲଥ କେୟାର ଦ୍ୱାରା ପରିଚାଳିତ ୧୦୮ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ସବୁପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିଛି । ଏନେଇ ଚିକିସ୍ତ୍ରା ହେଲଥ୍ କେୟାର ଲିମିଟେଡ଼ର ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ବାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବାତ୍ୟା ଫନିକୁ ନେଇ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହା ସହ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଛୁଟିକୁ ଆସନ୍ତା ରବିବାର ପର୍ୟ୍ୟନ୍ତ ବାତିଲ କରାଯାଇଥିବାବେଳେ ହେଡ଼କ୍ୱାର୍ଟରରୁ ବାହାରକୁ କାହାକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି। ବାତ୍ୟାର ପ୍ରକୋପକୁ ଆଶଙ୍କାକରୀ ଆମ୍ବୁଲାନ୍ସ ଗମନାଗମନ ପାଇଁ ଯଥେଷ୍ଟ ପରିମାଣର ଇନ୍ଧନ ଗଚ୍ଛିତ ରଖାଯାଇଛି । ଆମ୍ବୁଲାନକସ ଗୁଡିକୁ ସମ୍ଭାବିତ ଜଳବନ୍ଦୀ ଅଞ୍ଚଳରୁ ଦୁରେଇ ଉଚ୍ଚା ସ୍ଥାନ ମାନଙ୍କରେ ରଖାଯିବାସହ ବାତ୍ୟାରେ ମୋବାଇଲ ନେଟୱାର୍କ ବ୍ୟାଘାତ ଆଶଙ୍କାକରି ବିକଳ୍ପ ସୁରୂପ ଅଧିକ କିଛି ମୋବାଇଲ ନମ୍ବର ଆଣି ବିଭିନ୍ନ ସ୍ଥାନରେ ସହଜ ଯୋଗାଯୋଗ ପାଇଁ ପ୍ରଦାନ କରାଯାଇଛି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories