www.samajalive.in
Tuesday, December 9, 2025
26.1 C
Bhubaneswar

ଅତି ଭୀଷଣ ସାମୁଦ୍ରିକ ଝଡ ଫନି ପାଇଁ ସ୍ଥାନାନ୍ତର ହେଲା ୨ଟି ନିର୍ବାଚନୀ ମଣ୍ଡଳୀର ଇଭିଏମ୍‌

ଭୁବନେଶ୍ୱର .- ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନର ଇଭିଏମ୍‌କୁ  ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ମଧ୍ୟରେ  ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ଭାବେ ରଖାଯାଇଛି। ଅତି ଭୀଷଣ ସାମୁଦ୍ରିକ ଝଡ ଫନି ପୁରୀର  ଚନ୍ଦ୍ରଭାଗା ନିକଟସ୍ଥ ତନ୍ଦାହାରରେ ସ୍ଥଳଭାଗ ଅତିକ୍ରମ  କରିବ ବୋଲି ପୂର୍ବାନୁମାନ କରାଯାଇଛି ।

ଏହା ସମୟରେ ଇଭିଏମ୍‌କୁ ସୁରକ୍ଷିତ ଭାବେ ରଖିବା ପାଇଁ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ, ଷ୍ଟ୍ରଙ୍ଗରୁମ୍‌ରେ ଯେପରି ବର୍ଷାପାଣି ପ୍ରବେଶ କରି ନ ପାରେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି । ରାଜ୍ୟର ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି । ୧୦୩ ନମ୍ବର ବିଧାନସଭା ଆସନ ବାଲିକୁଦା ଓ ୧୦୪ ନମ୍ବର ବିଧାନସଭା ଆସନ ଜଗତସିଂପୁରର ଇଭିଏମ୍‌ ମେସିନ୍‌ ଏସ୍‌ଭିଏମ୍‌ ସ୍ୱୟଂ ଶାସିତ ମହାବିଦ୍ୟାଳୟର ତଳ ମହଲାରେ ଥିବା ବେଳେ ସୁରକ୍ଷା ପାଇଁ ଏହାକୁ ପ୍ରଥମ ମହଲାକୁ ସ୍ଥାନାନ୍ତର କରାଯାଇଥିବା ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

- Advertisement -

 

 

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories