www.samajalive.in
Monday, December 15, 2025
15.1 C
Bhubaneswar

ଖେଳରତ୍ନ ପାଇଁ ବଜରଙ୍ଗ, ବିନେଶ, ହିନା, ଅଙ୍କୁରଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ​ଖେଳରତ୍ନ ପୁରସ୍କାର ନିମନ୍ତେ ସୋମବାର ୪ଜଣ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିସ ହୋଇଛି। ଭାରତୀୟ କୁସ୍ତି ମହାସଂଘ ତରଫରୁ ଖେଳରତ୍ନ ନିମନ୍ତେ ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ୍‌ଙ୍କ ନାମ ସୁପାରିସ କରାଯାଇଥିବା ବେଳେ ଭାରତୀୟ ସୁଟିଂ(ବନ୍ଧୁକଚାଳନା) ମହାସଂଘ ତରଫରୁ ଏହି ପୁରସ୍କାର ନିମନ୍ତେ ହିନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କ ନାମ ସୁପାରିସ କରାଯାଇଛି।
ଏସୀୟ କୁସ୍ତି ଚମ୍ପିଆନ୍‌ ବଜରଙ୍ଗ ଓ ଗତବର୍ଷ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ବିନେଶ ଫୋଗଟ୍‌ଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୁସ୍ତି ମହାସଂଘର ଅଧିକାରୀ। ଖେଳରତ୍ନ ପାଇଁ ସେମାନଙ୍କ ନାମ ସୁପାରିସ କରିବାକୁ ବଜରଙ୍ଗ ଓ ବିନେଶ କୁସ୍ତି ମହାସଂଘକୁ ଦରଖାସ୍ତ କରିବା ପରେ ସେମାନଙ୍କ ନାମ ସୁପାରିସ କରାଯାଇଛି। ପୁରୁଷ ୬୫ କେଜି ବିଭାଗରେ ବିଶ୍ବର ୧ନଂ ଖେଳାଳି ବଜରଙ୍ଗ ଚୀନ୍‌ରେ ଆୟୋଜିତ ଏସୀୟ କୁସ୍ତିରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାବାଦ୍‌ ୨୫ ବର୍ଷୀୟ ବଜରଙ୍ଗ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ବିନେଶ ଏସୀୟ କୁସ୍ତି ଚମ୍ପିଆନସିପ୍‌ର ମହିଳା ୫୩ କେଜି ବିଭାଗରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ତେବେ ୨୪ ବର୍ଷୀୟା ବିନେଶ ଗତବର୍ଷ ପ୍ରଥମ ଭାରତୀୟ ମହିଳା ମଲ୍ଲଯୋଦ୍ଧା ଭାବେ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବଜରଙ୍ଗ ଓ ବିନେଶଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ କରିବା ସହ ଭାରତୀୟ କୁସ୍ତି ମହାସଂଘ ମଲ୍ଲଯୋଦ୍ଧା ରାହୁଲ ଆୱାରେ, ହରପ୍ରୀତ ସିଂହ, ଦିବ୍ୟା କାକରନ୍‌ ଓ ପୂଜାଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରିଛି।
୨୫ ବର୍ଷୀୟା ପୂଜା ଗତବର୍ଷ ଆୟୋଜିତ ବିଶ୍ବ କୁସ୍ତି ଚମ୍ପିଆନସିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ। ୨୧ ବର୍ଷୀୟା ଦିବ୍ୟା ଏସୀୟ କୁସ୍ତି ଚମ୍ପିଆନସିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଏହାବାଦ୍‌ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ରାହୁଲ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ହରପ୍ରୀତ୍‌ ଏସୀୟ କୁସ୍ତି ଚମ୍ପିଆନସିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ସୂଚନାଥାଉକି ଗତବର୍ଷ ଖେଳରତ୍ନ ପୁରସ୍କାର ନ ମିଳିବାରୁ କ୍ଷୁବ୍ଧ ବଜରଙ୍ଗ କୋର୍ଟର ଦ୍ବାରସ୍ଥ ହେବାକୁ ଧମକ ଦେଇଥିଲେ। ପୁନର୍ବାର ତାଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ ହୋଇଥିବାରୁ ଚଳିତଥର ସେ ଏହି ପୁରସ୍କାର ପାଇବେ ବୋଲି ଆଶା କରାଯାଉଛି।
ଦ୍ରୋଣାଚାର୍ଯ୍ୟ ପୁରସ୍କାର ନିମନ୍ତେ ବିରେନ୍ଦ୍ର କୁମାର, ସୁଜିତ ମାନ୍, ନରେନ୍ଦ୍ର କୁମାର ଓ ବିକ୍ରମ କୁମାର ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଭୀମ ସିଂହ ଓ ଜୟ ପ୍ରକାଶଙ୍କ ନାମ ଭାରତୀୟ କୁସ୍ତି ମହାସଂଘ ସୁପାରିସ କରିଥିବା ଜଣାପଡ଼ିଛି।
ସେହିପରି ଭାରତୀୟ ସୁଟିଂ ମହାସଂଘ ଖେଳରତ୍ନ ପୁରସ୍କାର ନିମନ୍ତେ ମହିଳା ସୁଟର ହିନା ସିଦ୍ଧୁ ଓ ପୁରୁଷ ସୁଟର ଅଙ୍କୁର ମିତ୍ତଲଙ୍କ ନାମ ସୁପାରିସ କରିଛି। ହିନା ପିସ୍ତଲ ଚାଳନାରେ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ଅଙ୍କୁର ଜଣେ ଟ୍ରାପ ସୁଟର। ରାଇଫଲ୍‌ ସୁଟର ଅଞ୍ଜୁମ ମୁଦଗିଲ୍‌, ପିସ୍ତଲ୍‌ ସୁଟର ସାହାଜାର ରିଜଭି, ଓ ପିସ୍ତଲ ସୁଟର ଓମ୍‌ପ୍ରକାଶ ମିତରୱାଲ୍‌ଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ସୁଟିଂ ମହାସଂଘ ସୁପାରିସ କରିଛି। ୨୯ ବର୍ଷୀୟା ହିନା ସୁଟିଂ ବିଶ୍ବକପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ରାଜ୍ୟଗୋଷ୍ଠୀ ସୁଟିଂ ଓ ଏସୀୟ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ସାରିଛନ୍ତି। ପ୍ରଥମ ଭାରତୀୟ ପିସ୍ତଲ୍ ସୁଟର ଭାବେ ସେ ବିଶ୍ବର ଏକନମ୍ବର ଖେଳାଳି ହେବାର ମଧ୍ୟ ସୌଭାଗ୍ୟ ଅର୍ଜନ କରିଛନ୍ତି। ୧୦ ମିଟର ଏୟାର ପିସ୍ତଲ୍‌ରେ ବିଶ୍ବରେକର୍ଡ ହିନାଙ୍କ ନାମରେ ରହିଛି। ଅଙ୍କୁର ମିତ୍ତଲ ୨୦୧୭ ସୁଟିଂ ବିଶ୍ବକପ୍‌ରେ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଡବଲ୍‌ ଟ୍ରାପ୍‌ ବିଭାଗରେ ଦକ୍ଷ ସୁଟର ଅଙ୍କୁର ଏସୀୟ ଚମ୍ପିଆନସିପ୍‌ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ବିଶ୍ବର ୧ନଂ ଖେଳାଳି ହେବାକୁ ସକ୍ଷମ ​‌େ​‌ହାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories