www.samajalive.in
Saturday, December 13, 2025
23.1 C
Bhubaneswar

ମୁହଁର ତୋଫାପଣ ବୃଦ୍ଧି କରେ କଦଳୀ ଓ କ୍ଷୀରର ଫେସ୍ ମାସ୍କ

ଉତ୍ତମ ସ୍ବାସ୍ଥ୍ୟ ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି​‌ ପାଇଁ କଦଳୀର ବ୍ୟବହାର ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପ୍ରକାରର ଭିଟାମିନ, ପୋଟାସିୟମ, ମିନେରାଲ୍ସ ଇତ୍ୟାଦି ପୋଷକ ତତ୍ତ୍ବ ରହିଛି। କଦଳୀରେ ଭିଟାମିନ-ଏ ଥିବାରୁ ଏହା ମୁହଁ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥି​‌ରେ ଭିଟାମିନ-ଇ ଥିବାରୁ ଏହା ମୁହଁକୁ ସୁରକ୍ଷା ପ୍ରଦାନ କରିଥାଏ। କଦଳୀର ଫେସ ମାସ୍କକୁ ମୁହଁରେ ଲଗାଇବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ। ଏହାସହ ମୁହଁ ସମ୍ବନ୍ଧୀୟ ଅନେକ ରୋଗରୁ ମୁକ୍ତି ମିଳିଥାଏ।

ତେବେ ଆସନ୍ତୁ ଜାଣିବା କଦଳୀ ଓ କ୍ଷୀରର ଫେସ୍‌ ମାସ୍କର ପ୍ରସ୍ତୁତି ସମ୍ବନ୍ଧରେ ..

- Advertisement -

ପାଚିଲା କଦଳୀ – ୧ଟି

କ୍ଷୀର – ୨ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ କଦଳୀ ନେଇ ତାକୁ ଭଲ ଭାବେ ଚକଟି ଦିଅନ୍ତୁ। ତାପରେ ସେଥିରେ କ୍ଷୀର ମିଶାଇ ଭଲ ଭାବେ ଉଭୟକୁ ମିଶ୍ରଣ କରି ଦିଅନ୍ତୁ। ତାପରେ ଏହାକୁ ଆପଣଙ୍କ ମୁହଁ ଓ ବେକରେ ୧୫ରୁ ୨୦ମିନିଟ୍ ଲଗାଇ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଓ ବେକକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ସଫା କରିଥାଏ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories