www.samajalive.in
Sunday, December 14, 2025
26.1 C
Bhubaneswar

ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ୧୪୦ ଜଣ ସଂଦିଗ୍ଧଙ୍କୁ ଖୋଜୁଛି ଶ୍ରୀଲଙ୍କା ପୁଲିସ

କଲମ୍ବୋ: ଶ୍ରୀଲଙ୍କାରେ ବିଭିନ୍ନ ଚର୍ଚ୍ଚ ଓ ହୋଟେଲରେ ରବିବାର ସଂଗଠିତ ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ନିଜକୁ ଉତ୍ତରଦାୟୀ କରିଥିବା ଇସ୍ଲାମିକ ଷ୍ଟେଟ ସହ ସମ୍ପର୍କରେ ଥିବା ପ୍ରାୟ ୧୪୦ ଜଣ ସଂଦିଗ୍ଧଙ୍କୁ ସେଠାକାର ପୁଲିସ ଖୋଜୁଥିବା ରାଷ୍ଟ୍ରପତି ମୈତ୍ରିପାଲ ଶିରିସେନା କହିଛନ୍ତି। ଏହି ଆକ୍ରମଣରେ ୧୫୩ ଜଣକ ମୃତ୍ୟୁ ହେବା ସହ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏକ ଘଟଣା କ୍ରମରେ ସେଠାରେ ପୁଣି କର ବୋମା ବିସ୍ଫୋରଣ ଭୟ ଥିବାରୁ, ମୁସଲିମ ସମୁଦାୟକୁ ଘରେ ପ୍ରାର୍ଥନା କରିବାକୁ ସୁରକ୍ଷା ସଂସ୍ଥା ପକ୍ଷରୁ ସତର୍କ କରାଯାଇଛି।

ଶ୍ରୀଲଙ୍କା ସ୍ଥିତ ଆମେରିକୀୟ ଦୂତାବାସ ତାର ନାଗରିକମାନଙ୍କୁ ମଧ୍ୟ ସାମୁହିକ ପ୍ରାର୍ଥନା ପରିବର୍ତ୍ତେ ଘରେ ପ୍ରାର୍ଥନା କରିବାକୁ ପରାମର୍ଶ ଜାରି କରିଛି। କଲମ୍ବୋସ୍ଥିତ ଚର୍ଚ୍ଚର ଧର୍ମଯାଜକ କାର୍ଡିନାଲ ମାଲକମ ରଂଜିଥ କହିଛନ୍ତି, ରବିବାରଗୁଡ଼ିକରେ ଚର୍ଚ୍ଚ ଏବଂ ସାମୁହିକ ମେଳଣ ସ୍ଥଳ ଗୁଡିକରେ ଆକ୍ରମଣ ପାଇଁ ଆଗୁଆ ସୂଚନା ଥିବାରୁ ଲୋକମାନେ ସତର୍କ ହେବା ଆବଶ୍ୟକ।

- Advertisement -

ଶୁକ୍ରବାର ସନ୍ଧ୍ୟାରେ କଲମ୍ବୋ ରାସ୍ତା ଶୂନଶାନ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ପୂର୍ବରୁ କର୍ମଚାରୀମାନେ ଅଫିସରୁ ଫେରି ଆସିଥିଲେ। ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ସମେତ ଚର୍ଚ୍ଚ, ହୋଟେଲ ଏବଂ ଅନ୍ୟ ସ୍ଥାନରେ ୧୦ହଜାର ସେନାଙ୍କୁ ମୁତୟନ କରାଯାଇଛି। ଶ୍ରୀଲଙ୍କାର ପ୍ରମୁଖ ଇସ୍ଲାମିକ ସଂଗଠନ ଅଲ ସିଲୋନ ଜମିୟାତୁଲ ଉଲାମା ମୁସଲିମ ସମ୍ପ୍ରଦାୟକୁ ସତର୍କ ବାଣୀ ଜାରି କରି କହିଛି, ଯଦି ପରିବାରର ନିରାପଦ ଚାହୁଁଛ ତେବେ ଘରେ ପ୍ରାର୍ଥନା କର।

ଇତି ମଧ୍ୟରେ ଶ୍ରୀଲଙ୍କା ପୁଲିସ ୭୬ ଜଣକୁ ଅଟକ ରଖି ପଚରାଉଚୁରା କରୁଛି ଯେଉଁଥିରେ ସିରିଆ ଏବଂ ଇଜିପ୍ଟର ନାଗରିକ ଅଛନ୍ତି। ଏହି ଆକ୍ରମଣ ଘଟଣାରେ ଇସ୍ଲାମିକ ଷ୍ଟେଟ ସମ୍ପୃକ୍ତ ଥିବା ନେଇ କୌଣସି ପ୍ରମାଣ ଦେଇ ନ ଥିବା ବେଳେ, ମଙ୍ଗଳବାର ଜାରି କରିଥିବା ଏକ ଭିଡିଓରେ ମୁହଁ ଘୋଡ଼େଇଥିବା ୬ଜଣଙ୍କ ଫଟୋ ଦେଖା ଯାଉଛି। ଶ୍ରୀଲଙ୍କା ସରକାର କହିଛନ୍ତି, ୮ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ମହିଳା ଥିବା ଜଣାପଡିଛି। ସିରିସେନା ସାମ୍ବାଦିକ ମାନଙ୍କୁ କହିଛନ୍ତି, ୨୦୧୩ ଠାରୁ ସେଠାକାର ଯୁବକମାନେ ଇସ୍ଲାମିକ ଷ୍ଟେଟରେ ସମ୍ପୃକ୍ତ ଅଛନ୍ତି। ସୂଚନା ଅନୁଯାୟୀ ଇସ୍ଲାମିକ ଷ୍ଟେଟରେ ସମ୍ପୃକ୍ତ ଥିବା ୧୪୦ ଜଣଙ୍କୁ ଏବେ ପୁଲିସ ଖୋଜୁଛି।

ପ୍ରତିରକ୍ଷା ବିଭାଗ ଏବଂ ପୁଲିସ ମୁଖ୍ୟଙ୍କ ମଧ୍ୟରେ ସମ୍ଭାବ୍ୟ ଆକ୍ରମଣ ସୂଚନା ଆଦାନ ପ୍ରଦାନ ହୋଇ ନ ଥିବା ସିରିସେନା କହିଛନ୍ତି। ପ୍ରତିରକ୍ଷା ସଚିବ ହେମଶିରି ଫରନାଡୋ ଇସ୍ତଫା ଦେଇଥିବା ବେଳେ ପୁଲିସ ମୁଖ୍ୟ ଖୁବ ଶୀଘ୍ର ଇସ୍ତଫା ଦେବେ ବୋଲି ସିରିସେନା କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories