୨ ମାସର କନ୍ୟାକୁ କଚାଡ଼ି ମାରିଲା ବାପା

0

ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ର ଓ କନ୍ୟାର ପିତୃତ୍ୱକୁ ସନ୍ଦେହ କରି ୧୭ ବର୍ଷର ଜଣେ ନାବାଳକ ପିତା ନିଜର ୨ ମାସର ଶିଶୁକୁ କଚାଡ଼ି ମାରିଛି। ଦିଲ୍ଲୀ ମଙ୍ଗୋଲପୁରୀ ଅଞ୍ଚଳରେ ଘଟିଛି ଏହି ଘଟଣା। ପତ୍ନୀ ଘରେ ନଥିବା ବେଳେ ଏହି ଘଟଣା ଘଟିଛି। ଉଭୟ ବେରୋଜଗାର ପତିପତ୍ନୀ ୧୦ ମାସ ତଳେ ବିବାହ କରିଥିବା ବେଳେ ବିବାହର କିିଛି ମାସ ପୂର୍ବରୁ ଉଭୟେ ଏକାଠି ରହୁଥିଲେ। ଦୁଇ ମାସ ପୂର୍ବରୁ ଶିଶୁ କନ୍ୟା ଜନ୍ମ ନେଇଥିଲା। ଏହାପରେ ଶିଶୁର ପିତୃତ୍ୱକୁ ନେଇ ନାବାଳକ ଜଣକ ସନ୍ଦେହ କରିଥିଲା। ଉଭୟ ପିତା ମାତା ନାବାଳକ ଥିବାରୁ ଓ ଏହି ହତ୍ୟା ଘଟଣା ପୋକ୍‍ସୋ ଆଇନ ଅଧୀନରେ ଆସୁଥିବାରୁ ସେମାନଙ୍କ ବିରୋଧରେ କଣ ଦଣ୍ଡବିଧାନ କରାଯାଇପାରିବ ତାହାକୁ ନେଇ ପୁଲିସ ଅଡ଼ୁଆରେ ପଡ଼ିଛି।

Leave A Reply