ଇଣ୍ଡୋନେସିଆ: ଭାରତ ସହ ଇଣ୍ଡୋନେସିଆର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଇଣ୍ଡୋନେସିଆ ରାମାୟଣ ବିଷୟବସ୍ତୁ ଆଧାରିତ ଏକ ସ୍ମରଣୀୟ ଡାକଟିକଟ ପ୍ରଚଳନ କରିଛି। ମଙ୍ଗଳବାର ଜାକର୍ତ୍ତା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଏହି ଟିକେଟ୍ର ଅଳଂକରଣ ଇଣ୍ଡୋନେସିଆର ବିଶିଷ୍ଟ ସ୍ଥପତି ପଦ୍ମଶ୍ରୀ ବପକ୍ ୟମନ୍ ନୂଆର୍ତା କରିଛନ୍ତି, ଯେଉଁଥିରେ ରାମାୟଣ କଥାବସ୍ତୁରୁ ସୀତାଙ୍କୁ ସୁରକ୍ଷା ଦେବାକୁ ଜଟାୟୁଙ୍କ ଯୁଦ୍ଧର ପ୍ରତିଛବି ରହିଛି। ଜାକର୍ତ୍ତାର ଫିଲାଟେଲି ମ୍ୟୁଜିୟମ୍ରେ ଏହି ଡାକଟିକଟ୍ର ଏକ ବିଶେଷ ସଂସ୍କରଣ ରଖାଯାଇଛି।
ଭାରତୀୟ ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ୍ ଏବଂ ଇଣ୍ଡୋନେସିଆର ଉପବୈଦେଶିକ ମନ୍ତ୍ରୀ ଅବଦୁର୍ ରହମନ୍ ମୋହମ୍ମଦ ଫାଚିର୍ ଏହା ପରିଦର୍ଶନ କରିଛନ୍ତି।



