www.samajalive.in
Monday, December 15, 2025
15.1 C
Bhubaneswar

ସନ୍‌ରାଇଜର୍ସର ବିଜୟଧାରା ଅବ୍ୟାହତ : କେକେଆର୍‌ ୯ ୱିକେଟରେ ପରାସ୍ତ

ହାଇଦରାବାଦ : ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସର ଦୁଇ ଓପ୍‌ନର ଡେଭିଡ୍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ଫଳରେ ସନ୍‌ରାଇଜର୍ସ ମଧ୍ୟ ତା’ର ବିଜୟଧାରା ଅବ୍ୟାହତ ରଖିପାରିଛି। ରବିବାର ବେୟାରଷ୍ଟୋ ଓ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସନ୍‌ରାଇଜର୍ସ ସହଜ ବିଜୟ ହାସଲ କରିଛି। କଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଏହା ୯ ୱିକେଟରେ ପରାସ୍ତ କରିଛି। କ୍ରିସ୍ ଲିନ୍‌ଙ୍କ ଅର୍ଦ୍ଧଶତକ ବଳରେ କେକେଆର୍ ୮ ୱିକେଟରେ ୧୫୯ ରନ୍ କରି ପାରିଥିଲା। ପରେ ଡେଭିଡ୍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୧୫ ଓଭରରେ ମାତ୍ର ୧ ୱିକେଟ ହରାଇ ସନ୍‌ରାଇଜର୍ସ ହାଇଦରାବାଦ ଜିତି ନେଇଥିଲା। କେକେଆର୍‌ର ଏହା କ୍ରମାଗତ ୫ମ ପରାଜୟ। ସନ୍‌ରାଇଜର୍ସ ୯ମ ମ୍ୟାଚ୍‌ରେ ୫ମ ବିଜୟ ହାସଲ କରିଛି।
ସନ୍‌ରାଇଜର୍ସ ହାଇଦରାବାଦର ଦୁଇ ଓପ୍‌ନର ଆରମ୍ଭରୁ ଦ୍ରୁତଗତିରେ ସ୍କୋର୍ କରିବା ଆରମ୍ଭ କରିଥିଲେ। ଫଳରେ ୬ ଓଭରର ପାୱରପ୍ଲେରେ ୭୨ ରନ୍ ହୋଇଥିଲା। ଉଭୟ ଡେଭିଡ୍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଆକ୍ରମଣାତ୍ମକ ବ୍ୟାଟିଂକରି ଓଭର ପିଛା ୧୨ ରନ୍ ହାରରେ ସ୍କୋର୍ କରିଥିଲେ। ଓପ୍‌ନିଂ ଯୋଡ଼ି ୧୨.୨ ଓଭର କ୍ରିଜ୍‌ରେ ରହି ୧୩୧ ରନ୍‌ର ଭାଗିଦାରୀ କରିଥିଲା। ଏକମାତ୍ର ଖେଳାଳି ଭାବେ ବାମହାତି ଡେଭିଡ୍ ୱାର୍ଣ୍ଣର ଆଉଟ ହୋଇଥିଲେ। ଏହି ଅଷ୍ଟ୍ରେଲୀୟ ୩୮ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୬୭ ରନ୍‌ କରିଥିଲେ। ପରେ ବେୟାର​‌େ​‌ଷ୍ଟା ଓ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ୱିଲିୟମ୍‌ସନ୍ ଅପରାଜିତ ୮ ରନ୍ କରିଥିଲେ। ବେୟାରଷ୍ଟୋ ୪୩ ବଲ୍‌ରୁ ୪ଟି ଛକା ଓ ୭ଟି ଚୌକା ସହ ୮୦ ରନ୍‌କରି ଅପରାଜିତ ଥିଲେ। ଖଲିଲ ଅହମ୍ମଦ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଅସହ୍ୟ ଗରମ ସତ୍ତ୍ବେ ଘରୋଇ ଦଳ ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ପ୍ରଥମ ୩ ଓଭରରେ କଲକାତା ନାଇଟ ରାଇଡର୍ସର ଦୁଇ ଓପ୍‌ନର ୪୪ ରନ୍‌ କରିବା ସହ ଗୋଟିଏ ୱିକେଟ ହରାଇଥିଲା। ସୁନୀଲ ନାରାୟଣ ୮ଟି ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ବିସ୍ଫୋରକ ୨୫ ରନ୍ କରିଥିଲେ। ପରେ ଗୋଟିଏ ପଟେ କ୍ରିସ୍ ଲିନ୍ ବ୍ୟାଟିଂ କରି ଚାଲିଥିବା ବେଳେ ଅନ୍ୟ ପଟୁ ୱିକେଟ ପଡ଼ିଥିଲା। ଫଳରେ ରନ୍‌ହାର ଧିମେଇ ଯାଇଥିଲା। ଯୁବ ବ୍ୟାଟ୍‌ସମ୍ୟାନ୍ ଶୁବ୍‌ମାନ ଗିଲ୍ ୩ ରନ୍‌କରି ବିଦାୟ ନେବା ପରେ ଗତ ମ୍ୟାଚ୍‌ର ହିରୋ ନୀତୀଶ ରାଣା ୧୧ ବଲ୍‌ରୁ ୧୧ ରନ୍‌କରି ଆଉଟ ହୋଇ ଯାଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ବିଶ୍ବକପ୍ ଦଳରେ ସ୍ଥାନପାଇବା ସତ୍ତ୍ବେ ତାଙ୍କ ବିଫଳତା ଧାରା ଜାରି ରଖିଥିଲେ। କାର୍ତ୍ତିକ ୬ ରନ୍‌କରି ରନ୍‌ଆଉଟ ହେବା ବେଳକୁ କଲକାତାର ସ୍କୋର୍‌ ଥିଲା ୭୩ ରନ୍‌ରେ ୪ଟି ୱିକେଟ। ଏହିପରି ୩୧ ରନ୍ ମଧ୍ୟରେ କଲକାତା ୪ଟି ୱିକେଟ ହରାଇ ସାରିଥିଲା। ଗତ ମ୍ୟାଚ୍‌ରେ ତାଙ୍କ ଅଭିଯୋଗ ପରେ ମଧ୍ୟ ଆ​‌େ​‌ନ୍ଦ୍ର ରସେଲଙ୍କୁ ଉପର ଅର୍ଡରରେ ବ୍ୟାଟିଂ ମିଳିନଥିଲା। ୬ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ରିଙ୍କୁ ସିଂହ ଅଷ୍ଟ୍ରେଲୀୟ କ୍ରିସ୍ ଲିନ୍‌ଙ୍କ ସହ ମିଶି ୫୧ ରନ୍ ଯୋଡ଼ିଥିଲେ। ରିଙ୍କୁ ସିଂହ ୨୫ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୦ ରନ୍ କରିଥିଲେ। ୧୭ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା କ୍ରିସ୍ ଲିନ୍ ୪୭ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୧ ରନ୍‌କରି ବିଦାୟ ନେଇଥିଲେ। ଆ​‌େ​‌ନ୍ଦ୍ର ରସେଲ ଅଳ୍ପ ବଲ୍‌ ଖେଳିବାକୁ ପାଇଥିବା ବେଳେ ବେଶି କିଛି କରି ପାରିନଥିଲେ। ୯ ବଲ୍‌ରୁ ୨ଟି ଛକା ସହ ୧୫ ରନ୍‌କରି ରସେଲ ବିଦାୟ ନେଇଥିଲେ। ୧୮ଶ ଓଭରରେ ମାତ୍ର ୧ ରନ୍ ହୋଇଥିଲା। କେ.ସି. କରିଅପ୍ପା ଶେଷ ୩ଟି ବଲ୍ ଖେଳି ଗୋଟିଏ ଛକା ଓ ୨ଟି ଚୌକା ସହ ୯ ରନ୍‌କରି ଅପରାଜିତ ଥିଲେ। ଖଲିଲ ଅହମ୍ମଦ ୩ଟି ଓ ଭୁବନେଶ୍ବର କୁମାର ୨ଟି ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories