www.samajalive.in
Saturday, December 13, 2025
23.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ନାମାଙ୍କନ ରଦ୍ଦ ମାମଲାର ଶୁଣାଣି ୨୨ ପର୍ଯ୍ୟନ୍ତ ଘୁଞ୍ଚିଲା

ନୂଆଦିଲ୍ଲୀ : ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇ ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ କୌଶଲ ତାଙ୍କ ନାମାଙ୍କନ ରଦ୍ଦ କରିବାକୁ ଦାବି କରିଛନ୍ତି। ଧ୍ରୁବ ଲାଲ କୌଶଲଙ୍କ ଓକିଲ ଅଫଜଲ ୱାରିସ, ସୁରେନ୍ଦ୍ର ଚନ୍ଦ୍ର ଏବଂ ସୁରେଶ କୁମାର ଶୁକ୍ଲାଙ୍କ ଅଭିଯୋଗ ଉପରେ ଜିଲା ନିର୍ବାଚନ କାର୍ଯ୍ୟଳୟରେ ଶନିବାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ ରିଟର୍ଣ୍ଣିଂ ଅଫିସର ଶୁଣାଣିକୁ ଅପ୍ରେଲ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ଶୁଣାଣି ବେଳେ ରିଟର୍ଣ୍ଣିଂ ଅଫିସର ରାହୁଲ ଗାନ୍ଧୀଙ୍କ ଓକିଲ ରାହୁଲ କୌଶିକଙ୍କୁ ଅଭିଯୋଗ ଉପରେ ଜବାବ ରଖିବାକୁ କହିଥିଲେ। ମାତ୍ର ରାହୁଲ କୌଶିକ ତାଙ୍କ ପାଖରେ ପ୍ରର୍ଯ୍ୟାପ୍ତ ସୂଚନା ନଥିବା ଦର୍ଶାଇ ଅଧିକ ସମୟ ମାଗିଥିଲେ। ଏହି କ୍ରମରେ ଅପ୍ରେଲ ୨୨ରେ ଜବାବ ରଖିବାକୁ ରାହୁଲଙ୍କୁ ସମୟ ଦିଆଯାଇଛି। ଅର୍ଥାତ ୨୨ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପକ୍ଷ ରଖିବେ।
ଅଭିଯୋଗ ଅନୁସାରେ ରାହୁଲ ଗାନ୍ଧୀଙ୍କ ପ୍ରକୃତ ନାମ ରାଉଲ ବିଞ୍ଚି ଅଟେ। ତାଙ୍କ ପାଖରେ ବ୍ରିଟେନ ନାଗରିକତ୍ୱ ରହିଛି। ଧ୍ରୁବଙ୍କ ଓକିଲ ଦାବି କରିଛନ୍ତି ଯେ ସତ୍ୟପାଠରେ ରାହୁଲ ଗାନ୍ଧୀ ଭୁଲ କାଗଜପତ୍ର ଦେଇଛନ୍ତି ଏବଂ ନିର୍ବାଚନ ଅଧିକାରୀଙ୍କୁ ଭ୍ରମିତ କରବାକୁ ଚେଷ୍ଟା କରିଛନ୍ତି। ରାହୁଲ ନିଜ ସତ୍ୟପାଠରେ ଇଂଲଣ୍ଡରେ ଥିବା ତାଙ୍କ କମ୍ପାନୀ ବିଷୟରେ ଉଲ୍ଲେଖ କରିନାହାନ୍ତି। ଓକିଲ ଜଣଙ୍କ ନିର୍ବାଚନ ଅଧିକାରୀଙ୍କୁ ଏନେଇ ପ୍ରମାଣ ଦେଇଛନ୍ତି। ସେ ରାହୁଲଙ୍କୁ ବ୍ରିଟେନ ନାଗରିକ କହିବା ସହ ତାଙ୍କ ଶିକ୍ଷାଗତ ପ୍ରମାଣପତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାହୁଲ ସତ୍ୟପାଠରେ ଦର୍ଶାଇଥିବା କଲେଜରେ କେବେ ବି ପାଠ ପଢିନାହାନ୍ତି ବୋଲି ଦାବି କରାଯାଇଛି।
ସେହିପରି ଅମେଠି ଲୋକସଭାରୁ ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନୀଙ୍କ ନାମାଙ୍କନ ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି। ଅମେଠିର ସ୍ୱାଧୀନ ପ୍ରାର୍ଥୀ ରୋହିତ କୁମାରଙ୍କ ଓକିଲ ଉଦୟ ଚନ୍ଦାନୀ ଏନେଇ ଅଭିଯୋଗ ଦାଏର କରିଛନ୍ତି। ସେ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୨୦୦୪ରେ ଚାନ୍ଦିନୀ ଚୌକରୁ ନିର୍ବାଚନ ଲଢୁଥିବାବେଳେ ସତ୍ୟପାଠରେ ସ୍ମୃତି ଅଲଗା ଶିକ୍ଷାଗତ ଯୋଗ୍ୟତା ଦେଖାଇଥିଲେ। ୨୦୧୪ ଏବଂ ୨୦୧୯ ନିର୍ବାଚନ ସତ୍ୟପାଠରେ ସ୍ମୃତି ପୁଣି ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଦେଖାଇଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories