www.samajalive.in
Wednesday, December 10, 2025
18.1 C
Bhubaneswar

ରାଶି ତେଲର ଔଷଧୀୟ ଗୁଣ

ଶରୀର ପାଇଁ ବିଭିନ୍ନ ପ୍ରକାର ତେଲର ଆବଶ୍ୟକତା ରହିଛି। ବିଭିନ୍ନ ତେଲ ମଧ୍ୟରୁ ରାଶି ତେଲ ଉପକାରିତା ବିଷୟରେ ଆପଣ ହୁଏତ ଜାଣିନଥିବେ। ଏଥିରେ ଭିଟାମିନ ଇ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ ଓ ପ୍ରୋଟିନ ଭରପୁର ମାତ୍ରାରେ ରହିଛି। ଏହି କାରଣରୁ ଏହା ହାଡ଼କୁ ମଜଭୂତ କରିବା ସହ, କେଶ, ଚର୍ମ ଓ ଦାନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ଏହି ତେଲ ଶରୀରକୁ ଆବଶ୍ୟକ ପରିମାଣରେ ଉଷ୍ଣତା ପ୍ରଦାନ କରିଥାଏ। ଏହାକୁ କେତେକ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରିବା ସହ ଛୋଟ ପିଲାଙ୍କୁ ମାଲିସ କରିବା ଦ୍ୱାରା ଖୁବ ଉପକାର ହୋଇଥାଏ।
ଯେଉଁମାନଙ୍କର ଆଣ୍ଠୁଗଣ୍ଠି ଜନିତ ସସମ୍ୟା ରହିଛି। ସେମାନେ ନିୟମିତ ରାଶି ତେଲ ମାଲିସ କରିବା ଉଚିତ। ଏଥିରେ ଥିବା ଡ଼ାଇଟରୀ ପ୍ରୋଟିନ ଓ ଏମିନୋ ଏସିଡ଼ ଆଣ୍ଠୁଗଣ୍ଠିକୁ ମଜଭୂତ କରିଥାଏ।
ନବଜାତ ଶିଶୁଙ୍କୁ ଏହି ତେଲ ମାଲିସ କରିବା ଦ୍ୱାରା ସେମାନଙ୍କ ହାଡ଼ ଶକ୍ତ ହୋଇଥାଏ।
ଭିଟାମିନ ଇ, ବି ଥିବା କାରଣରୁ ଏହା ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ।
ରାଶି ତେଲ ସପ୍ତାହକୁ ଥରେ କିମ୍ବା ଦୁଇ ଥର ମାଲିସ କରିବା ଦ୍ୱାରା ମାଂସପେଶୀକୁ ମଜଭୂତ କରିଥାଏ।
ରାଶି ତେଲରେ ଏପରି କିଛି ତତ୍ତ୍ୱ ରହିଛି, ଯାହା ଆପଣଙ୍କ ମାନସିକ ଚିନ୍ତା ଦୂର କରିଥାଏ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories