www.samajalive.in
Sunday, December 7, 2025
18.1 C
Bhubaneswar

ପେଟ ସମସ୍ୟାରୁ ଚୁଟକିରେ ମୁକ୍ତି ଦେବ ତେଜପତ୍ର

ସାଧାରଣତଃ ଆମ ସମସ୍ତଙ୍କ ଘରେ ତେଜପତ୍ର ନିଶ୍ଚିତ ଉପଲବ୍ଧ। ଏହାକୁ ବିଶେଷ ଭାବେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ହେଲେ ଖୁବ୍ କମ୍ ଲୋକେ ଏ ବିଷୟରେ ଜାଣନ୍ତି ଯେ, ମସଲା ଭାବେ ବ୍ୟବହୃତ ହେଉଥିବା ତେଜପତ୍ର ବହୁତ ରୋଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବିଶେଷ କରି ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ଏହା ଖୁବ୍ ଉପଯୋଗୀ। ତେବେ ଚାଲନ୍ତୁ ଜାଣିବା ତେଜପତ୍ର କିପରି ପେଟର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ –

 

- Advertisement -

ଖାଦ୍ୟର ସ୍ୱାଦ ସହ ତାହାର ବାସ୍ନା ବଢାଉଥିବା ତେଜପତ୍ରରେ କପର୍, ପୋଟାସିୟମ୍, କ୍ୟାଲସିୟମ୍ ଓ ଆଇରନ୍ ଭଳି ପୋଷକ ତତ୍ତ୍ବ ରହିଥାଏ। ଏହା ଖାଦ୍ୟର ସ୍ବାଦ ସହ ଆପଣଙ୍କ ପାଚନ କ୍ରିୟାକୁ ସୁସ୍ଥ ଓ ସଠିକ୍ ରଖିଥାଏ।

ତେଜପତ୍ରରୁ ଚା’ ପ୍ରସ୍ତୁତ କରି ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ। ଏହାଦ୍ବାରା କୋଷ୍ଠକାଠିନ୍ୟ, ଏସିଡିଟି ଓ ପେଟ କାମୁଡ଼ିବା ପରି ସମସ୍ୟାରୁ ମୁକ୍ତି ମିଳିଥାଏ। ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଉପଯୋଗୀ। ଚା’ରେ ତେଜପତ୍ର ପକାଇ ପିଇଲେ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ । ଏହାର ସେବନ ହୃଦୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories