www.samajalive.in
Tuesday, December 9, 2025
15.1 C
Bhubaneswar

ଖରା ଦିନେ ମୁହଁର ଯତ୍ନ

ଝିଅମାନେ ନିଜ ମୁହଁକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ମୁହଁରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ମୁହଁର ସୌନ୍ଦର୍ଯ୍ୟ ବଜାୟ ରଖିବା ଜରୁରୀ ଅଟେ। ଆସନ୍ତୁ ଜାଣିବା ଖରା ଦିନେ ମୁହଁ କିପରି ଯତ୍ନ ନେବା …

ଆପଣଙ୍କ ଜୀବନଶୈଳୀ ଓ ଖାଇବାପିଇବା ଆପଣଙ୍କ ମୁହଁକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ।

- Advertisement -

ଫାଷ୍ଟଫୁଡ ଆପଣଙ୍କ ମୁହଁର ଚମକ ନଷ୍ଟ କରିଦିଏ। ତେଣୁ ଖାଇବା ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ।

ଚମକ ବଜାୟ ରଖିବା ପାଇଁ ପ୍ରତିଦିନ ଠିକ ରୂପେ ମୁହଁକୁ ସଫା କରନ୍ତୁ।

ଖରାରେ ବାହାରକୁ ବାହାରିଲା ବେଳେ ମୁହଁରେ ସନସ୍କ୍ରିନ ଲୋଶନ ଲଗାନ୍ତୁ।

ସବୁ ପ୍ରକାର ପନିପରିବା ଖାଆନ୍ତୁ।

ଚମକ ବଢ଼ାଇବା ପାଇଁ ଆପଣ ଫେସିଆଲ ମଧ୍ୟ କରିପାରିବେ। କିନ୍ତୁ କମ ବୟସର ଝିଅମାନେ ଫେସିଆଲ କରିବା ଅନୁଚିତ।

ମୁହଁ ପାଇଁ କିଛି ଟିପ୍ସ :

ଗୋଟେ ଚାମଚ ମହୁରେ ଗୋଟେ ଚାମଚ ପାଣି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ, ଶୁଖି ଗଲା ପରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାଦ୍ବାରା ମୁହଁରେ ଥିବା ଧୂଳି ବାହାରି ଯିବ।

ଡ଼େରିରେ ଶୋଇଲେ ମୁହଁରେ ଅନେକ ଦାଗ ହୋଇଥାଏ, ତେଣୁ ରାତିରେ ଶୀଘ୍ର ଶୋଇବା ଦରକାର।

ତିନୋଟି ବାଦାମ କ୍ଷୀରରେ ପକାଇ ଭିଜେଇ ଦିଅନ୍ତୁ। ବାଦାମ ଫୁଲି ଗଲା ପରେ ତାକୁ ଭଲ ଭାବରେ ପେଷି ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ। ସକାଳେ ଉଠି ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁର ଚମକ ବଜାୟ ରହିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories