ମୁମ୍ବଇ : ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବାବେଳେ କୋହଲି କିନ୍ତୁ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ପ୍ରଶଂସକଙ୍କୁ ବିମୁଗ୍ଧ କରିଛନ୍ତି। କୋହଲି ନିକଟରେ ନିଜକୁ ପଞ୍ଜାବୀ ବେଶରେ ସଜାଇ ହୋଇ ଏହି ଫଟୋକୁ ଟ୍ବିଟରରେ ଅପ୍ଲୋଡ୍ କରିଛନ୍ତି। ପଗଡି ସହ ପଞ୍ଜାବୀ ପୋଷାକ ପରିଧାନ କରିଥିବା କୋହଲି ଫଟୋ ତଳେ ‘ସତ୍ ଶ୍ରୀ ଅକାଲ ସାରେୟାନ୍ ନୁ’ ବୋଲି ଉଲ୍ଲେଖ କରିଛନ୍ତି।
Popular Categories



