www.samajalive.in
Saturday, December 13, 2025
27.1 C
Bhubaneswar

କଂଗ୍ରେସ ମୁକ୍ତ ହେବା ପରେ ହିଁ ଗରିବ ମୁକ୍ତ ହେବ ଭାରତ: ରାଜନାଥ ସିଂହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏକ ନିର୍ବାଚନୀ ସଭାରେ କଂଗ୍ରେସ ନିର୍ବାଚନୀ ଇସ୍ତାହାରର ଉପହାସ ଉଡ଼ାଇ କହିଛନ୍ତି ଯେ ଭାରତ କଂଗ୍ରେସ ମୁକ୍ତ ହେବା ପରେ ହିଁ ଗରିବ ମୁକ୍ତ ହୋଇପାରିବ।
ହାୱଡ଼ା ଜିଲାରେ ଆୟୋଜିତ ନିର୍ବାଚନୀ ର‍୍ୟାଲିକୁ ସମ୍ବୋଧିତ କରି ରାଜନାଥ କହିଥିଲେ ଯେ ଜବାହାରଲାଲ ନେହରୁଙ୍କ ଦିନରୁ ହିଁ କଂଗ୍ରେସ ଗରିବୀ ଦୂରୀକରଣ ପ୍ରତିଶ୍ରୁତି ଦେଇଆସୁଛି। ଏବେ ରାହୁଲ ଗାନ୍ଧୀ ମଧ୍ୟ ସେହି ପ୍ରତିଶ୍ରୁତି ଦେଉଛନ୍ତି। ତେବେ ତଥ୍ୟ କହୁଛି ଯେ ଦେଶ କଂଗ୍ରେସ ମୁକ୍ତ ହେଲେ ହିଁ ଗରିବ ମୁକ୍ତ ହୋଇପାରିବ। ଏହାସହ ରାଜନାଥ ପଶ୍ଚିମବଙ୍ଗର ଶାସକ ଦଳ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) ଉପରେ ବର୍ଷିଥିଲେ। ଟିଏମ୍‍ସି ଶାସନରେ ଗଣତନ୍ତ୍ରରୀ ଅସ୍ତିତ୍ୱ ନଷ୍ଟ ହୋଇଯାଇଛି ବୋଲି ରାଜନାଥ ଅଭିଯୋଗ କରିଥିଲେ। ପଶ୍ଚିମବଙ୍ଗରେ ବିରୋଧୀ ଦଳର କର୍ମୀଙ୍କ ସହ ବଢୁଥିବା ହିଂସାକାଣ୍ଡ ଗଣତନ୍ତ୍ରର ଅସ୍ତିତ୍ୱ ନଷ୍ଟ ହୋଇଯାଇଥିବାର ସ୍ପଷ୍ଟ ସଂକେତ ଦେଉଛି ବୋଲି ସେ କହିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories