ଲକ୍ଷ୍ନୌ : ଲକ୍ଷ୍ନୌ ଲୋକସଭା ଆସନ ପାଇଁ କଂଗ୍ରେସ ନେତା ତଥା ବଲିଉଡ଼ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ତଥା ଏସ୍ପି-ବିଏସ୍ପି ମେଣ୍ଟ ପ୍ରାର୍ଥିନୀ ପୁନମ ସିହ୍ନା ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।
ପୁନମ ସିହ୍ନା ମଙ୍ଗଳବାର ସମାଜବାଦୀ ପାର୍ଟି (ଏସ୍ପି)ରେ ଯୋଗଦେଇଥିଲେ। ଏହି ଆସନରେ ପୁନମଙ୍କ ଲଢେଇ ସିଧାସଳଖ ଭାବେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ କୃଷ୍ଣମଙ୍କ ସହ ହେବ। ଏକ ରୋଡ଼ ଶୋରେ ଯାଇ ପୁନମ ନାମାଙ୍କନ ଦାଖଲ କରିଥିଲେ। ଏହି ରୋଡ଼ ଶୋରେ ପୁନମଙ୍କ ସହ ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସାମିଲ ହୋଇଥିଲେ। ପୁନମଙ୍କ ସ୍ୱାମୀ ଶତ୍ରୁଘ୍ନ ସିହ୍ନା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଲକ୍ଷ୍ନୌ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନ ଦାଖଲ କରିଥିଲେ । ଏସ୍ପିର ସାମିଲ ହେବା ପରେ ବୁଧବାର ପୁନମଙ୍କ ପ୍ରାର୍ଥିତ୍ୱ ନେଇ ଅଖିଳେଶ ଯାଦବ ଘୋଷଣା କରିଥିଲେ।
ଲକ୍ଷ୍ନୌ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ
Popular Categories



