ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବାକୁ ଅଦାଲତରେ ମାମଲା

ନୂଆଦିଲ୍ଲୀ : ମହାରାଷ୍ଟ୍ର ନବନିର୍ମାଣ ନୋ (ଏମଏନସି)ର ଜଣେ କାର୍ଯ୍ୟକର୍ତ୍ତା ବୁଧବାର ପୁଣେ ଅଦାଲତରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି।
ଏଥିରେ ସ୍ମୃତି ଇରାନୀ ଲୋକସଭା ନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରାଯାଇଛି। ଏମଏନସି କାର୍ଯ୍ୟକର୍ତ୍ତା ରୂପାଲି ପାଟିଲ ଥୋମ୍ବାରେ ଅତିରିକ୍ତ ମାଜିଷ୍ଟ୍ରେଟ୍‍ ବିଏସ୍‍ ଗାୟକୱାଡଙ୍କ ଅଦାଲତରେ ନିଜ ଅଭିଯୋଗ ଦାଏର କରିଛନ୍ତି। ରୂପାଲି ଆଇପିସି ଧାରା ୪୨୦ (ଠକେଇ) ଏବଂ ୪୦୬ରେ ମାମଲା ରୁଜୁ କରାଇବା ସହ ମାମଲାର ତଦନ୍ତ ପାଇଁ କୋର୍ଟଙ୍କୁ ନିବେଦନ କରିଛନ୍ତି।

Comments are closed.