www.samajalive.in
Sunday, December 7, 2025
26.1 C
Bhubaneswar

ଦେଶ ପାଇଁ ୫୬ଇଞ୍ଚର ଛାତି ନୁହେଁ ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ଲାଟୁର : ବଲିଉଡ଼ ଅଭିନେତା ରିତେଶ ଦେଶମୁଖ ମହାରାଷ୍ଟ୍ରର ଲାଟୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‍ କରିଛନ୍ତି। ମଙ୍ଗଳବାର କଂଗ୍ରେସର ଏହି ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ରିତେଶ ମୋଦୀଙ୍କ ୫୬ ଇଞ୍ଚର ଛାତି ବୟାନ ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି।

image courtesy-SuperNewsWorld

ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନିଜର ୫୬ଇଞ୍ଚର ଛାତି ଥିବା ଦାବି କରନ୍ତି। ମାତ୍ର ପ୍ରିୟଙ୍କା ଗାନ୍ଧୀ ଥରେ କହିଥିଲେ ଦେଶ ଚଳାଇବା ପାଇଁ ୫୬ଇଞ୍ଚର ଛାତି ନୁହେଁ ବରଂ ଗୋଟିଏ ଭଲ ହୃଦୟ ଥିବା ଆବଶ୍ୟକ”। ମୋଦୀଙ୍କୁ ସମାଲୋଚନାପୂର୍ବକ ସେ ପୁନର୍ବାର କହିଛନ୍ତି, “ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ୫୬ ଇଞ୍ଚର ଛାତି କେମିତି ହୋଇପାରିବ? ଲୋକେ ୫୬ଇଞ୍ଚର ଆଲମାରୀ କିଣି ପାରିବେ ସତ ହେଲେ ୫୬ ଇଞ୍ଚର ଛାତି! ଦେଶର ଭବିଷ୍ୟତରେ ୫୬ ଇଞ୍ଚର ଛାତି କୌଣସି ପରିବର୍ତ୍ତନ ଆଣି ପାରିବନାହିଁ”। ଏହି ସଭାରେ ରିତେଶ ଅନେକ ପ୍ରସଙ୍ଗ ନେଇ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ରିତେଶ କହିଛନ୍ତି, “କେବଳ କଂଗ୍ରେସ ପାଇଁ ଆଜି ଲୋକଙ୍କ ପାଖରେ ମୋବାଇଲ ଫୋନ୍‍ ଅଛି। କମ୍ପ୍ୟୁଟର ମଧ୍ୟ କଂଗ୍ରେସର ହିଁ ଦାନ। ଦେଶ ବିଜେପି ନୁହେଁ ବରଂ କଂଗ୍ରେସ ପାଇଁ ସ୍ୱାଧୀନତା ହାସଲ କରିଛି”।

- Advertisement -

ଉଲ୍ଲେଖଯୋଗ୍ୟ, ରିତେଶ ଦେଶମୁଖ ପୂର୍ବତନ କଂଗ୍ରେସ ନେତା ସ୍ୱର୍ଗତଃ ବିଳାସରାଓ ଦେଶମୁଖଙ୍କ ପୁଅ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories