www.samajalive.in
Saturday, December 13, 2025
18.1 C
Bhubaneswar

ମସଜିଦରେ ମୁସଲିମ ମହିଳାଙ୍କୁ ନମାଜ ପାଠ ଅନୁମତି ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ମସଜିଦରେ ମୁସଲିମ ମହିଳାଙ୍କୁ ନମାଜ ପାଠ ପାଇଁ ଅନୁମତି ଦେବା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ ଏସ. ଏ. ବୋବଡେ ଏବଂ ଜଷ୍ଟିସ ଏସ. ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଣେ ସହରର ଏକ ଦମ୍ପତିଙ୍କ ଦ୍ୱାରା ଦାୟର ମାମଲାରେ କେନ୍ଦ୍ର ସରକାର, ୱାକଫ ବୋର୍ଡ ଏବଂ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡକୁ ଏହି ନୋଟିସ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ସୁପ୍ରିମକୋର୍ଟ ଶବରୀମାଳା ମନ୍ଦିର ମାମଲା ବିଚାର କରୁଥିବାରୁ ଏହି ମାମଲାର ମଧ୍ୟ ବିଚାର କରିବେ। ମାମଲା ଦାୟର କରିଥିବା ଦମ୍ପତି, ମସଜିଦରେ ମହିଳାଙ୍କ ନମାଜ ପାଠ ଉପରେ ଜାରି କରାଯାଇଥିବା ପ୍ରତିବନ୍ଧକକୁ ବେନିୟମ ଓ ଅସାମ୍ବିଧାନିକ ଘୋଷଣା କରିବାକୁ ନ୍ୟାୟାଳୟକୁ ଅନୁରୋଧ କରିଛନ୍ତି। ସମ୍ବିଧାନ ଅନୁଯାୟୀ ଧର୍ମ, ଜାତି, ବର୍ଗ, ଲିଙ୍ଗ ଏବଂ ଜନ୍ମସ୍ଥାନକୁ ନେଇ କୌଣସି ଭେଦଭାବ ନ ହେବା ଉଚିତ ବୋଲି ସେହି ଦମ୍ପତି ନ୍ୟାୟାଳୟଙ୍କୁ ପ୍ରାର୍ଥନା କରିଛନ୍ତି।

ମାମଲାର ଶୁଣାଣି ସମୟରେ ବିଦେଶରେ ମୁସଲିମ ମହିଳାଙ୍କୁ ମସଜିଦ ପ୍ରବେଶରେ କଟକଣା ଅଛି କି ନାହିଁ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ ଏବଂ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ପବିତ୍ର ମକ୍କା ଏବଂ କାନାଡ଼ାରେ ଥିବା ମସଜିଦରେ ମୁସଲିମ ମହିଳାଙ୍କ ପ୍ରବେଶ ଅନୁମତି ରହିଛି। ଖଣ୍ଡପୀଠଙ୍କ ଅନ୍ୟ ଏକ ପ୍ରଶ୍ନରେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ଭାରତରେ ଥିବା ମସଜିଦଗୁଡିକ ସରକାରଙ୍କଠାରୁ ଅନୁଦାନ ଗ୍ରହଣ କରିଥାନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories