www.samajalive.in
Sunday, December 14, 2025
16.1 C
Bhubaneswar

ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ଲୁଚାଇବା ଅଭିଯୋଗ, ମୋଦୀଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଦେଇନଥିବା ଅଭିଯୋଗ କରି ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ଏହି ଘଟଣାର ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିବାକୁ ଦାବି କରିଛନ୍ତି। ସାମ୍ବାଦିକ ସାକେତ ଗୋଖଲେ ଅଭିଯୋଗ କରିଛନ୍ତି ଯେ ମୋଦୀ ୧୯୮୮ରେ ଗୁଜୁରାଟ ସରକାରଙ୍କ ବିବାଦୀୟ ଜମି ଆବଣ୍ଟନ ଯୋଜନାର ଜଣେ ଲାଭାର୍ଥୀ ଥିଲେ ଯେଉଁଥିରେ ସାର୍ବଜନୀନ ଜମିକୁ ବିଧାୟକମାନଙ୍କୁ କମ ମୂଲ୍ୟରେ ଆବଣ୍ଟନ କରାଯାଇଥିଲା। ମୋଦୀଙ୍କୁ ୨୦୦୨ରେ ଏହି ଯୋଜନାର ଲାଭ ମିଳିଥିଲା ଏବଂ ୨୦୦୨ ଅକ୍ଟୋବର ୨୫ରେ ଗାନ୍ଧିନଗର ସିଟିରେ ମାତ୍ର ୧ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟରେ ତାଙ୍କୁ ଏକ ଫ୍ଲାଟ ଦିଆଯାଇଥିଲା।

୨୦୦୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଦୀ ସେହି ଫ୍ଲାଟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ୨୦୧୪ ଲୋକସଭା ନିର୍ବାଚନ ଏବଂ ୨୦୧୫, ୨୦୧୬ ଓ ୨୦୧୭ ସମ୍ପତ୍ତି ଘୋଷଣାରେ ସେ ବିଷୟରେ ଘୋଷଣା କରିନାହାନ୍ତି। ତେବେ ପରବର୍ତ୍ତୀ ସମୟରେ ସେହି ଜମି ଆବଣ୍ଟନ ଯୋଜନା ମାମଲା ଗୁଜୁରାଟ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ବିଚାର ପାଇଁ ଗ୍ରହଣ କରାଯାଇଥିଲେ ମଧ୍ୟ ସେହି ମାମଲାର ଶୁଣାଣୀରୁ କେତେ ଜଣ ବିଚାରପତି ଓହରି ଯିବାରୁ ତାହା ସମ୍ପୂର୍ଣ ବିଚାର ହୋଇ ପାରିନଥିଲା।

- Advertisement -

ଆବେଦନକାରୀ ଦର୍ଶାଇଛନ୍ତି ଯେ, ମୋଦୀ ସତ୍ୟପାଠରେ ଫ୍ଲାଟ ସଂଖ୍ୟା ୪୧୧ ବଦଳରେ ଗାନ୍ଧିନଗରର ଫ୍ଲାଟ ସଂଖ୍ୟା ୪୦୧/ଏର ଏକ ଚତୁର୍ଥାଂଶର ନିଜକୁ ମାଲିକ ବୋଲି ଦର୍ଶାଇଛନ୍ତି। ଗୋଖଲେ ୪୦୧/ଏ ଫ୍ଲାଟ ନ ଥିବା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories