www.samajalive.in
Saturday, December 13, 2025
18.1 C
Bhubaneswar

ଟିଏମ୍‍ସି ପାଇଁ ପ୍ରଚାର କରୁଥିବା ବାଂଲାଦେଶୀ ଅଭିନେତାଙ୍କ ଭିସା ରଦ୍ଦ, ଭାରତ ଛାଡ଼ିବାକୁ ନିର୍ଦେଶ

ନୂଆଦିଲ୍ଲୀ/କଲକାତା : ପଶ୍ଚିମବଙ୍ଗର ଶାସକ ଦଳ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବା ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦଙ୍କ ଭିସା ମଙ୍ଗଳବାର ରଦ୍ଦ କରିଦିଆଯାଇଛି। ଏହାସହ ତାଙ୍କୁ ଭାରତ ଛାଡିବାକୁ ନୋଟିସ୍‍ ଜାରି କରାଯାଇଛି। ବାଂଲାଦେଶୀ ଅଭିନେତା ଭିସା ନିମୟ ଉଲ୍ଲଙ୍ଘନ କରିଥିବା ନେଇ ଭାରତୀୟ ପ୍ରବାସୀ ବ୍ୟୁରୋ ରିପୋର୍ଟ ଦେବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦଙ୍କ ଭିସା ରଦ୍ଦ କରାଯିବା ସହ ତାଙ୍କୁ କଳା ତାଲିକାଭୁକ୍ତ କରାଯାଇଛି।
ପ୍ରକାଶଯୋଗ୍ୟ ଯେ ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦ ପଶ୍ଚିମବଙ୍ଗ ରାୟଗଂଜ ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରୁଥିଲେ। ଫିରଦୌସଙ୍କ ପ୍ରଚାରକୁ ନେଇ ପଶ୍ଚିମବଙ୍ଗରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିଜେପି ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଆୟାଗଙ୍କ ନିକଟରେ ଅଭିଯୋଗ କରିଥିଲେ।
ବିଜେପି ନେତା ଜେପି ମଜୁମଦାର କଲକାତାଠାରେ ନିର୍ବାଚନ ଆୟୁକ୍ତଙ୍କୁ ଭେଟି ଏ ବିଷୟରେ ଅବଗତ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ନିୟମ ଅନୁସାରେ ବିଦେଶୀ ନାଗରିକ ଭାରତୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ମାତ୍ର ଟିଏମ୍‍ସି ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବାଂଲାଦେଶୀ ନାଗରିକଙ୍କ ବ୍ୟବହାର କରୁଛି। ଭିସା ନିୟମ ଉଲ୍ଲଙ୍ଘନ ପାଇଁ ଏହି ବାଂଲାଦେଶ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଏହି କ୍ରମରେ ଗୃହ ମନ୍ତ୍ରାଳୟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories