ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ , ୪୩.୭ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର ..- ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ରାଜଧାନୀ ଭୁବନେଶ୍ୱର ମଙ୍ଗଳବାରରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ପ୍ରବଳ ଖରା ସହ ଗରମ ହାଓ୍ୱା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ମଧ୍ୟାହ୍ନ ପରେ ଘରୁ ବାହାରକୁ ବାହାରିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇଯାଇଥିଲା ।

prayash

ମଙ୍ଗଳବାରରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳରେ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡରେ ୪୨ ଡିଗ୍ରୀ , କଟକରେ ୪୧.୧ ଡିଗ୍ରୀ, ମାଲକାନଗିରିରେ୪୦.୮ ଡିଗ୍ରୀ ଚାନ୍ଦବାଲିରେ ୪୦.୫ ଡିଗ୍ରୀ, ଝାରସୁଗୁଡାରେ ୪୦ ଡିଗ୍ରୀ , ତାଳଚେରରେ ୪୩.୩ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ୧୮ ତାରିଖରୁ  ରାଜ୍ୟ ସରକାର ସ୍କୁଲମାନଙ୍କର ଖରା ଛୁଟି ଘୋଷଣା କରିଛନ୍ତି ।

kalyan agarbati

Comments are closed.