ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୁବନେଶ୍ୱରରେ ରୋଡ ସୋ’ କରିଛନ୍ତି। ବିଜେପିର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ମୋଦୀ ଏୟାରପୋର୍ଟରେ ପହଞ୍ଚିବା ପରେ ଏହି ରୋଡ ସୋ’ ଆରମ୍ଭ କରିଛନ୍ତି। ମୋଦୀଙ୍କ ଏହି ରୋଡ ସୋ’ ଏୟାରପୋର୍ଟରୁ ବାହାରି ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ ଚାଲିବ। ଏହି ରୋଡ ସୋ’ରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଜନସମାଗମ ଦେଖିବାକୁ ମିଳିଛି। ରୋଡ ସୋ’ ପରେ ପ୍ରଧାନମନ୍ତ୍ରୀ ମୋଦୀ ବରମୁଣ୍ଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବେ।








