www.samajalive.in
Saturday, December 6, 2025
14.1 C
Bhubaneswar

ଏସ୍‍ପିରେ ଯୋଗଦେଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ, ଲକ୍ଷ୍ନୌରୁ ଲଢିବେ ନିର୍ବାଚନ

ନୂଆଦିଲ୍ଳୀ/ଲକ୍ଷ୍ନୌ : ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ମଙ୍ଗଳବାର ସମାଜବାଦୀ ପାର୍ଟି (ଏସ୍‍ପି)ରେ ଯୋଗଦେଇଛନ୍ତି। ସେ ଲକ୍ଷ୍ନୌଠାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ସାକ୍ଷାତକରି ଆନୁଷ୍ଠାନିକ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ସେ ଲକ୍ଷ୍ନୌରୁ ଏସ୍‍ପି ପ୍ରାର୍ଥୀ ହେବେ ଓ ୧୮ରେ ନାମାଙ୍କନପତ୍ର ଦାଖଲ କରିବେ। ଏହା ପୂର୍ବରୁ ପୁନମ ସିହ୍ନା ଜେଡିୟୁ ଟିକେଟରୁ ବିହାରର କୌଣସି ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ଶୁଣିବାକୁ ମିଳିଥିଲା।
ପ୍ରକାଶଯୋଗ୍ୟ ଯେ ଲକ୍ଷ୍ନୌ ଲୋକସଭା ଆସନ ପାଇଁ ମଇ ୬ରେ ମତଦାନ ଗ୍ରହଣ କରାଯିବ। ବିଜେପି ଗଡ଼ କୁହାଯାଉଥିବା ଲକ୍ଷ୍ନୌରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ନିର୍ବାଚନ ଲଢୁଛନ୍ତି। ରାଜନାଥ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଶତ୍ରୁଘ୍ନଙ୍କ ପତ୍ନୀ ପୁନମ ସହ୍ନା ବଲିଉଡ଼ଠାରୁ ଦୂରରେ ରହିଛନ୍ତି। ୬୫ ବର୍ଷିୟ ପୁନମ ନିଜ ଯୁବାବସ୍ଥାରେ କେତେକ ବଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୮୦ରେ ଶତ୍ରୁଘ୍ନ ସିହ୍ନାଙ୍କ ସହ ବିବାହ ପରେ ସେ ବଲିଉଡଠାରୁ ଦୂରେଇ ଯାଇଥିଲେ। ପୁନମ ‘କୋମଲ’ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସିନେ ଜଗତକୁ ଆସିବା ପୂର୍ବରୁ ସେ ମିସ୍‍ ଇଣ୍ଡିଆ ବିଜୟିନୀ ହୋଇଥିଲେ। ତେବେ କିଛି ବର୍ଷ ପୂର୍ବରୁ ଆଶୁତୋଷଙ୍କ ନିର୍ଦେଶିତ ‘ଯୋଧା ଆକବର’ ଚଳଚ୍ଚିତ୍ରରେ ବି ସେ ଅଭିନୟ କରିଥିଲେ। ଏହାବାଦ ସେ ଆଉ ୨ରୁ ୩ଟି ଚଳଚ୍ଚ୍ରିରେ ଅଭିନୟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories