www.samajalive.in
Saturday, December 6, 2025
16.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ ବଢ଼ାଇବାକୁ ଜୈଶର ଯୋଜନା; ଏଲଓସି ନିକଟରେ କାର୍ଯ୍ୟକ୍ଷମ କଲା ନୂଆ ଲଞ୍ଚପ୍ୟାଡ୍‌

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ବଢ଼ାଇବା ଲାଗି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ଯୋଜନା କରିଛି। ଏଥିପାଇଁ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଜୈଶ ପକ୍ଷରୁ କେତେକ ନୂଆ ଲଞ୍ଚ ପ୍ୟାଡ୍‌ କାର୍ଯ୍ୟକ୍ଷମ କରାଯାଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ସୂଚନା ମିଳିଛି।

ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ନରୋଧୀ ଅପରେଶନକୁ ଜୋରଦାର କରାଯାଇଛି। ଅନେକ ଏନକାଉଣ୍ଟରରେ ଜୈଶର ବହୁ ଆତଙ୍କବାଦୀ ନିହତ ହୋଇଛନ୍ତି। ଏପରି କି ନିହତଙ୍କ ମଧ୍ୟରେ ଜୈଶର ଅନେକ କମାଣ୍ଡର ଏବଂ ଜୈଶ ମୁଖ୍ୟ ମାସୁଦ ଆଝାରଙ୍କ ପୁତୁରା ମହମ୍ମଦ ଉମେର ରହିଥିବା ଅନୁମାନ କରାଯାଉଛି। ପୂର୍ବରୁ ମାସୁଦଙ୍କ ବଡ଼ ଭାଇ ଇବ୍ରାହିମ ଅଥର, ବଡ଼ ପୁଅ ଉସମାନ ହାଇଦର ଏବଂ ଶଳା ଅବଦୁଲ ରସିଦ କମରାନର ପୁଅ ତଲହା ରସିଦ ମଧ୍ୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। କାଶ୍ମୀରରେ ସଂଗଠନକୁ ସକ୍ରିୟ ରଖିବା ସହ ନିଜର ସ୍ଥିତିକୁ ମଜଭୁତ କରିବା ଲାଗି ଜୈଶ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାକୁ ଯୋଜନା କରିଛି। ସେଥିପାଇଁ କେତେକ ନୂଆ ଲଞ୍ଚପ୍ୟାଡ୍‌ କାର୍ଯ୍ୟକ୍ଷମ କରାଯାଇଛି। ପୂର୍ବରୁ ଯେଉଁ ଲଞ୍ଚ ପ୍ୟାଡ୍‌ ଥିଲା ତାହାକୁ ପୁଲୱାମା ଆକ୍ରମଣ ପରେ ପାକିସ୍ତାନୀ ସେନା ଧ୍ଵଂସ କରିଦେଇଥିଲା। ୨୦୧୬ ପରି ସର୍ଜିକାଲ ଷ୍ଟ୍ରାଇକ ଭୟରେ ପାକ୍‌ ସେନା ଏହି ପଦକ୍ଷେପ ନେଇଥିଲା। ତେଣୁ ନୂତନ ଲଞ୍ଚପ୍ୟାଡ୍‌ଗୁଡ଼ିକୁ କୁପୱାରା ନିକଟ ଲୋଲାବ ଉପତ୍ୟକା ଅଞ୍ଚଳରେ ରହିଥିବା ଜଣାପଡ଼ିଛି। ଏହି ସ୍ଥାନରୁ ଜୈଶ ସଂଗଠନ ଏହାର ଆତଙ୍କୀମାନଙ୍କୁ ଭାରତକୁ ଛାଡ଼ିବ ବୋଲି ତଥ୍ୟ ମିଳିଥିବା ପୁଲିସ ଅଧିକାରୀଙ୍କଠାରୁ ଜଣାପଡ଼ିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories