www.samajalive.in
Saturday, December 6, 2025
16.1 C
Bhubaneswar

ଲୋକସଭା ନିର୍ବାଚନ: ବିଜେପିର ୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏକ ବିଂଶତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ ଗାୟକ ତଥା ଅଭିନେତା ରବି କିଶନଙ୍କୁ ଗୋରଖପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସମାଜବାଦୀ ପାର୍ଟି (ସପା) ଛାଡ଼ି ବିଜେପିରେ ଯୋଗଦେଇଥିବା ବର୍ତ୍ତମାନର ସାଂସଦ ପ୍ରବୀଣ ନିଷାଦଙ୍କୁ ସନ୍ତକବିର ନଗରରୁ ପ୍ରାର୍ଥୀ କରାଯାଇଛି। ବିଧାୟକଙ୍କୁ ଚପଲରେ ପିଟିବା ମାମଲାରେ ବିବାଦକୁ ଆସିଥିବା ସନ୍ତକବିର ନଗର ସାଂସଦ ଶରଦ ତ୍ରିପାଠୀଙ୍କ ଟିକେଟ୍‍ କାଟି ଦିଆଯାଇଛି। ସେହିପରି ଭଦୋହିର ବର୍ତ୍ତମାନର ସାଂସଦ ବୀରେନ୍ଦ୍ର ସିଂହଙ୍କ ଟିକେଟ୍‍ କାଟି ଦିଆଯାଇଛି। ତାଙ୍କ ସ୍ଥାନରେ ଭଦୋହରି ଲୋକସଭା ଆସନ ପାଇଁ ରମେଶ ବିନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରତାପଗଡ଼ରୁ ସଂଗମ ଲାଲ ଗୁପ୍ତା, ଅମ୍ବେଦନଗର ଲୋକସଭା ଆସନରୁ ମୁକୁଲ ଭାରତୀ ଓ ଦେଓରିଆ ଲୋକସଭା ଆସନରୁ ରମାପତି ରାମ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଛି। ୨୦୧୪ ଲୋକସଭା ନିର୍ବାଚନରେ ଦେଓରିଆରେ ବିଜେପି ପ୍ରାର୍ଥୀ କଲରାଜ ମିଶ୍ର ନିର୍ବାଚନ ଜିତିଥିଲେ। କଲରାଜ ଚଳିତ ଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଜୌନପୁରରୁ ପୁଣିଥରେ ବିଜେପି ସାଂସଦ କେପି ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ସବୁ ଲୋକସଭା ଆସନରେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେଭୋଟ ଗ୍ରହଣ କରାଯିବ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories