ଜୟପୁର : ଜୟପୁର ସବ୍ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଛି। ମୃତ କଏଦୀ ହେଉଛନ୍ତି ସି.ରାମା (୨୨)। ତାଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଅଟେ। ତେବେ ଗଞ୍ଜେଇ କାରବାରରେ ସେ ଧରାପଡି ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ।
ସୂଚନାଯୋଗ୍ୟ ଯେ, ରବିବାର ତାଙ୍କର ବାନ୍ତି ହୋଇଥିଲା। ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।



