ନିର୍ବାଚନ ପ୍ରଚାର ବେଳେ ତାମିଲ ଅଭିନେତା ତଥା ନେତା ଜେକେ ରିତେଶଙ୍କର ମୃତ୍ୟୁ
ଚେନ୍ନାଇ ..- ନିର୍ବାଚନ ପ୍ରଚାର କରୁଥିବା ବେଳେ ବିଶିଷ୍ଟ ତାମିଲ ଅଭିନେତା ଜେକେ ରିତେଶଙ୍କର ମୃତ୍ୟୁ ହୋଇଛି । ରିତେଶଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ନିର୍ବାଚନ ପ୍ରଚାର କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କଥା କହିଥିଲେ । ରାମଚନ୍ଦ୍ରପୁରମ୍ରେ ସେ ନିର୍ବାଚନ ପ୍ରଚାର କରୁଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ ।
ରିତେଶଙ୍କର ଫେବ୍ରୁଆରୀରେ ଏଲ୍କେଜି ନାମକ ତାମିଲ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ସେ ବିଜେପିକୁ ସମର୍ଥନ କରିବା ସହ ରାମଚନ୍ଦ୍ରପୁରମରେ ବିଜେପିର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିଲେ ।
#JKRitheesh was campaigning for #BJP Candidate #NayinaarNagendran in and around #Ramanathapuram today..
He went to his house in Ramnaad around 3 pm and had lunch.. He passed away at his home soon afterwards..
He was jus 46.. Sad and shocked to know the news.. pic.twitter.com/YpkAS0KRaZ
— Ramesh Bala (@rameshlaus) April 13, 2019
Comments are closed.