www.samajalive.in
Sunday, December 14, 2025
19.1 C
Bhubaneswar

ମଣିବାବାଙ୍କୁ ଜଳଛାୟା କଲେ ଶତାଧିକ ଗୋପାଳ ଭକ୍ତ

ଆରଡି : ପବିତ୍ର ମହାବିଷୁବ (ପଣା) ସଂକ୍ରାନ୍ତି ତଥା ଓଡିଆ ନବବର୍ଷର ପ୍ରଥମ ଦିନରେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା। ବିଶେଷକରି ମନ୍ଦିରର ଶତାଧିକ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ପବିତ୍ର ବୈଶାଖମାସର ଗ୍ରୀଷ୍ମର ଉତ୍ତାପରୁ ଉପଶମ ପାଇଁ ଏକମାସ ଧରି ଶୀତଳଉପଚାର ନୀତି ଅନୁଷ୍ଠିତ ହୋଇଥାଏ। ଏହି ନୀତିରେ ବହୁ ଦୂରଦୁରାନ୍ତରୁ ଗୋପାଳ ଭକ୍ତମାନେ ନିଷ୍ଠାପର ସହ ବିଭିନ୍ନ ନଦୀରୁ ଜଲଭାର ଆଣି ମଣିବାବାଙ୍କୁ ଲାଗି କରିବାର ବିଧିବିଧାନ ରହିଛି। ଚଳିତଥର ଶୀତଳ ଉପଚାର ନୀତିର ପ୍ରଥମ ଦିନରେ ମଣିବାବାଙ୍କୁ ଜଳଛାୟା ଓ ପଣା ଭୋଗ ଲାଗି କରିବା ପାଇଁ ଭଦ୍ରକ ଜିଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର- ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କର ପୀଠରେ ସମାଗମ ହୋଇଥିଲା।
ସେହିପରି ମନ୍ଦିରର ପ୍ରଚଳିତ ବିରଜା ପାଞି ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହେବା ସହ ଜ୍ୟୋତିଷଙ୍କ ଦ୍ୱାରା ପାଠ କରାଯାଇଛି। ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ମନ୍ଦିରର ଦୈନଦିନ ନତୀ ନିର୍ଘ୍ୟଣ୍ଟର ଏକ ଘଣ୍ଟା ପୂର୍ବରୁ ଅର୍ଥାତ ଭୋର ୪ଟାରେ ମନ୍ଦିରର ମୁଖ୍ୟ ଦ୍ୱାର ଫିଟା ହୋଇ ମନ୍ଦିର ମାର୍ଜନା ସହ ମଣିବାବାଙ୍କର ମଙ୍ଗଳ ଆଳତୀ, ମହୁ,ଘର୍ଷଣ ସ୍ନାନ,ଜଳାଭିଷେକ ହୋଇଥିଲା। ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସୁସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ଗୋପାଳ ଭକ୍ତମାନେ ମଣିବାବାଙ୍କୁ ୫ଟା ଠାରୁ ଦିବା ୧୨ଟା ପର୍ଯ୍ୟନ୍ତ ଶୀତଳଉପଚାର ନିମନ୍ତେ ଜଳଛାୟା କରିବା ସହିତ ପଣାଭେ।।ଗ ଲାଗି କରିଥିଲେ। ଅନ୍ୟପଟେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ମାନସିକ ଧାରୀ ଭକ୍ତମାନେ ମନ୍ଦିର ମଧ୍ୟକୁ ଧାଡିରେ ଯାଇ ମଣିବାବାଙ୍କ ପାଖରେ ଦୀପ ଜାଳିବା ସହିତ ମାନସିକ ସ୍ୱରୁପ ପ୍ରସିଦ୍ଧ ଘର୍ଷଣ ଓ ପଣା ଲାଗି କରିଥିଲେ। ଏହି ମହାନ ପରମ୍ପରା ପୀଠରେ ପାଳନ ହୋଇ ଆସୁଥିବା ମନ୍ଦିରର ବହୁ ପୁରୁଖା ସେବାୟତ ଗୋକୁଳାନନ୍ଦ ପାଢୀ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ଏପରି ଶୀତଳ ଉପଚାର ନୀତି ଏହି ପୀଠରେ ଏକ ସ୍ୱତନ୍ତ୍ର ଅଟେ, ଯାହାକି ଅନ୍ୟ କୈାଣସି ଶୈବପୀଠରେ ଦେଖିବାକୁ ମିଳିନଥାଏ। ପବିତ୍ର ବୈଶାଖ ମାସ ପ୍ରାରମ୍ଭରୁ ଏକମାସ ବ୍ୟାପୀ ମଣିବାବାଙ୍କର ଶୀତଳଉପଚାର ନୀତି ପାଇଁ ସେବାୟତମାନେ ମଧ୍ୟ ବ୍ରତ ରଖିଥାନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories