ନୂଆଦିଲ୍ଲୀ : ଦୂରସଂଚାର କମ୍ପାନୀ ଭାରତୀ ଏୟାରଟେଲ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ଆପ ଲଞ୍ଚ କରିଛି। ଭାରତୀ ଏୟାରଟେଲ ଫିକ୍କି ଲେଡିଜ୍ ସଂଗଠନ ସହ ମିଶି ରବିବାର ‘ମାଇ ସର୍କଲ’ ଆପର ଲଞ୍ଚ କରିଛି। ଏହି ଆପ୍କୁ ଏୟାରଟେଲ ଉପଭୋକ୍ତାଙ୍କ ବ୍ୟତୀତ ଅନ୍ୟ ଗ୍ରାହକ ମଧ୍ୟ ବ୍ୟବହାର କରିପାରିବେ।

କମ୍ପାନୀ କହିବା ଅନୁସାରେ ଏହି ଆପ ଦ୍ୱାରା ମହିଳା ନିଜର ୫ଜଣ ପରିବାର ସଦସ୍ୟ କିମ୍ବା ନିଜର ବନ୍ଧୁଙ୍କୁ ଏକାସହ ମେସେଜ ପଠାଇ ପାରିବେ। ଏହି ମେସେଜ ପଠାଇବା ପାଇଁ ଗ୍ରାହକ ୧୩ଟି ଆଞ୍ଚଳିକ ଭାଷାରେ ଲେଖିପାରିବେ। ମହିଳା ଯେ କୌଣସି ଜରୁରୀକାଳିନ ପରିସ୍ଥିତିରେ ଏହି ମେସେଜ ପଠାଇ ପାରିବେ। ସୂଚନା ଅନୁସାରେ ଏହି ଆପ ଏଣ୍ଡ୍ରୋଏଡର ପ୍ଲେ ଷ୍ଟୋର ଏବଂ ଆପଲର ଆପ ଷ୍ଟୋରରେ ଉପଲବ୍ଧ ରହିଛି।



