ବିଶ୍ୱର ବହୁ ଦେଶରେ କିଛି ସମୟ ପାଇଁ ଫେସବୁକ ଅଚଳ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ସାଇଟ୍‍ ଫେସବୁକରେ ରବିବାର ବିଶ୍ୱ ସ୍ତରରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି। ଭାରତରେ କିଛି ସମୟ ପାଇଁ କମ୍ପ୍ୟୁଟର ଡେକ୍ସଟପରେ ଫେସବୁକ ଚାଲି ନଥିଲା। ଏହି ସମୟରେ ଫେସବୁକ ବ୍ୟବହାରକାରୀ ମୋବାଇଲରେ ଭଲ ଭାବରେ ଚାଲିଥିଲା। ଡାଉନ ଖବରଦାତା ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଫେସବୁକର ଏହି ସମସ୍ୟା ଅପରାହ୍ନ ୪ଟା ବେଳେ ଦେଖିବାକୁ ମିଳିଥିଲା। ଫେସବୁକରେ ଦେଖାଯାଇଥିବା ଏହି ସମସ୍ୟା ଆମେରିକା, ମ୍ୟାଲେସିଆ ଓ ତୁର୍କି ଆଦି ଦେଶରେ ଅଧିକ ଦେଖିବାକୁ ମିଳିଥିଲା। ଏହି ସମସ୍ୟା କେବଳ ଫେସବୁକ କ୍ଷେତ୍ରରେ ନୁହେଁ ଏହା ହ୍ୱାଟ୍ସଆପ ଓ ଇନଷ୍ଟାଗାମରେ ମଧ୍ୟ ଦେଖିବାକୁ ମିଳିଥିଲା।

Comments are closed.