ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଅନଶନ ଆରମ୍ଭ
ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଅନଶନ ଆରମ୍ଭ କରିଛନ୍ତି। ଆଜି ନିଜ ଜନ୍ମ ଦିନରେ ଶ୍ରୀ ନାଇଡ଼ୁ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ ସମ୍ମୁଖରେ ସକାଳ ୭ଟାରୁ ଅନଶନରେ ବସିଛନ୍ତି। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେ ଅନଶନରେ ବସିବେ ବୋଲି ଜଣାପଡ଼ିଛି। ଶ୍ରୀ ନାଇଡ଼ୁଙ୍କ ସହିତ ଅନ୍ୟମନ୍ତ୍ରୀମାନେ ମଧ୍ୟ ଅନଶନରେ ବସିଛନ୍ତି। ମନ୍ତ୍ରିମଣ୍ଡଳର ୧୩ଜଣ ସଦସ୍ୟ ପ୍ରତି ଜିଲାରେ ଅନଶନରେ ବସିଛନ୍ତି। ଏହି ଅନଶନକୁ ଶ୍ରୀନାଇଡ଼ୁ ‘ନ୍ୟାୟ ପାଇଁ ସଂଘର୍ଷ’ ନାମରେ ଅଭିହିତ କରିଛନ୍ତି।