www.samajalive.in
Monday, December 15, 2025
16.1 C
Bhubaneswar

ଗୋଆ ସୁପର କପ୍‍ ଫୁଟବଲ ଚମ୍ପିଆନ

ଭୁବନେଶ୍ୱର : ଆଇଏସ୍‍ଏଲ ରନର୍ସଅପ ଏଫ୍‍ସି ଗୋଆ ସୁପର କପ୍‍ ୨ୟ ସଂସ୍କରଣ ଟାଇଟଲ ହାସଲ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ଶନିବାର ରାତିରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଏଫ୍‍ସି ଗୋଆ ୨-୧ ଗୋଲରେ ଚେନ୍ନଇୟିନ ଏଫ୍‍ସିକୁ ପରାସ୍ତକରି ପ୍ରଥମ ଥର ପାଇଁ ଚମ୍ପିଆନ ହୋଇଛି।
ପ୍ରାରମ୍ଭରୁ ଚେନ୍ନଇୟିନ୍‍ ବିପକ୍ଷରେ ଏଫ୍‍ସି ଗୋଆ ଉପରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୧୦ ମିନିଟ୍‍ରେ ଏଫ୍‍ସି ଗୋଆ ଗୋଲ ଦେବା ନେଇ ସୁଯୋଗ ସୃଷ୍ଟି କରିଥିଲା। ଫିରାନ କ୍ରୋମିନାସ୍‍ଙ୍କ ଏକ ସୁନ୍ଦର ସଟ୍‍କୁ ଚେନ୍ନଇୟିନ୍‍ ଏଫ୍‍ସି ଗୋଲକିପର କରଣଜିତ୍‍ ସିଂହ ବାର୍‍ ଉପରେ ପାସ୍‍ କରି ଦେବାରେ ସକ୍ଷମ ହୋଇଥିଲେ। ୩୫ ମିନିଟ୍‍ରେ ଚେନ୍ନଇୟିନ୍‍ ଏଫ୍‍ସି ଗୋଲକିପରକୁ ବଲ ଅତିକ୍ରମ କରି ଯାଇଥିଲେ ମଧ୍ୟ ଏଫ୍‍ସି ଗୋଆ ଫରୱାର୍ଡ ମାନବୀର ସିଂହ ବଲ୍‍ ଗୋଲପୋଷ୍ଟ ବାହାରକୁ ମାରି ଦେଇଥିଲେ। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଏଫ୍‍ସି ଗୋଆ ଘନଘନ ଆକ୍ରମଣ କରିଥିଲା। ୫୦ ମିନିଟ୍‍ରେ କୋରୋଙ୍କ ଏକ୍‍ ସଟ୍‍ ଚେନ୍ନଇୟିନ୍‍ ବାର୍‍ରେ ବାଜି ବାହାରି ଆସିଥିଲା। ଏଫ୍‍ସି ଗୋଆ ୫୧ ମିନିଟ୍‍ରେ ସଫଳ ହୋଇଥିଲା। ସ୍ପେନ ଫରୱାର୍ଡ କୋରୋ ଚେନ୍ନଇଇନ୍‍ ଏଫ୍‍ସିର ଦୁର୍ବଳ ଡିଫେନ୍ସର ଫାଇଦା ଉଠାଇ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଏଫ୍‍ସି ଗୋଆର ଖୁସିକୁ ଚେନ୍ନଇୟିନ୍‍ ଏଫ୍‍ସି ଖେଳାଳିମାନେ ବେଶି ସମୟ ରଖିବାକୁ ଦେଇନଥିଲେ। ୫୩ ମିନିଟ୍‍ରେ ଚେନ୍ନଇୟିନ୍‍ ଏଫ୍‍ସି ପକ୍ଷରୁ ବ୍ରାଜିଲ ମଧ୍ୟପନ୍ଥି ଖେଳାଳି ରାଫେଲ ଅଗଷ୍ଟୋ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ। ଅନିରୁଦ୍ଧ ଥାପ୍ପାଙ୍କ ସୁନ୍ଦର ପାସ୍‍କୁ ଅଗଷ୍ଟୋ ଗୋଲରେ ପରିଣତ କରିବାରେ କୌଣସି ତ୍ରୁଟି କରିନଥିଲେ। ଗୋଲ ୧-୧ ବରାବର ରହିବା ପରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୬୩ ମିନିଟ୍‍ରେ ଏଫ୍‍ସି ଗୋଆ ୨ୟ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମଧ୍ୟପନ୍ଥି ଖେଳାଳି ବ୍ରାଣ୍ଡେନ ଫର୍ଣ୍ଣାଣ୍ଡିଜ୍‍ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଗୋଟିଏ ଗୋଲ ପଛରେ ରହିବା ପରେ ଚେନ୍ନଇୟିନ୍‍ ଏଫ୍‍ସି ଗୋଲ ବରାବର କରିବା ନେଇ ପ୍ରାଣମୂଚ୍ଛା ଉଦ୍ୟମ କରିଥିଲା। ଗୋଆ ପୂନର୍ବାର ତ୍ରୁଟିକୁ ନ ଦୋହରାଇ ସତର୍କତାର ସହିତ ଖେଳିଥିଲା। ୮୦ ମିନିଟ୍‍ରେ ଏଫ୍‍ସି ଗୋଆ ଗୋଲ ଦେବା ନେଇ ଆଉ ଏକ ସୁବର୍ଣ୍ଣ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ଖେଳର ଇଞ୍ଜୁରୀ ସମୟରେ ଚେନ୍ନଇୟିନ୍‍ ଏଫ୍‍ସି ଗୋଲ ଦେବା ନେଇ ସୁଯୋଗ ପାଇଥିଲେ ମଧ୍ୟ ଭାଗ୍ୟ ସାଥ୍‍ ଦେଇନଥିଲା।
ଅତିଥି ଭାବେ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂହ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ନିର୍ଦେଶକ ଆର. ବିନୀଳ କୃଷ୍ଣ, ବଲିଉଡ୍‍ ଅଭିନେତା ଅଭିଷେକ ବଚ୍ଚନ, ଏଆଇଏଫଏଫ ଉପସଭାପତି ସୁବ୍ରତ ଦତ ପ୍ରମୁଖ ଚମ୍ପିଆନ ଓ ରନର୍ସଅପ ଦଳକୁ ପଦକ ଓ ଟ୍ରଫି ପ୍ରଦାନ କରିଥିଲେ। ଚମ୍ପିଆନ ଏଫ୍‍ସି ଗୋଆକୁ ୨୫ ଲକ୍ଷ ଓ ରନର୍ସଅପ ଚେନ୍ନଇୟିନ୍‍ ଏଫ୍‍ସିକୁ ୧୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରା ଯାଇଥିଲା। ଗୋଆ ଏଫ୍‍ସି ଗୋଲକିପର ମହମ୍ମଦ ନୱାଜ ମ୍ୟାନ ଅଫ ଦି ଫାଇନାଲ ଓ ଏଫ୍‍ସି ଗୋଆର ଫେରାନ କ୍ରୋମିନାସ୍‍ (କୋରୋ)ଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡିଶା ସରକାର, ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ଓ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫର ମିଳିତ ସହଯୋଗରେ ଗତ ମାର୍ଚ୍ଚ ୧୫ରୁ ଉକ୍ତ ପ୍ରତିଯୋଗିତା ଚାଲିଥିଲା।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories