ଭାରତଠାରୁ କ୍ଷେପଣାସ୍ତ୍ର କିଣିବାକୁ ଚାହୁଁଛନ୍ତି ବହୁ ଦେଶ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ବହୁ ଦେଶ ଭାରତୀୟ କ୍ଷେପଣାସ୍ତ୍ର କିଣିବାକୁ ଚାହୁଁଛନ୍ତି ବୋଲି ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବିବେକାନନ୍ଦ ଅନ୍ତର୍ଜାତୀୟ ଫାଉଣ୍ଡେସନର ଏକ କାର୍ଯ୍ୟକ୍ରମରେ ନିର୍ମଳା କହିଛନ୍ତି ଯେ ଭାରତରୁ ପ୍ରତିରକ୍ଷା ଉତ୍ପାଦର ରପ୍ତାନୀ କରାଯାଇପାରିବ। ପାରମ୍ପରିକ ଭାବେ ଭାରତ ବିଦେଶ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ ଗୁରୁତ୍ୱର ସହ ଦେଖାଯାଉଛି।
ନିର୍ମଳା କହିଥିଲେ ଯେ ଭାରତରେ ବିଭିନ୍ନ ରକ୍ଷା ଉପକରଣ ନିର୍ମାଣ ପାଇଁ ଅପାର ସମ୍ଭାବନା ରହିଛି। ଜାହାଜ, ଯୁଦ୍ଧ ପୋତ ନିର୍ମାଣର କ୍ଷମତା ଆମ ଦେଶରେ ରହିଛି। ଆମ ଏକୀକୃତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବହୁ ସଫଳ ରହିଛି। ଏହାର ଫଳ ସ୍ୱରୁପ ଅନେକ ଦେଶ ଆମଠାରୁ କ୍ଷେପଣାସ୍ତ୍ର କିଣିବାକୁ ଚାହୁଁଛନ୍ତି। ନିର୍ମଳା ଏଥିପାଇଁ ଏରୋସ୍ପେଶ ପିଏସ୍ୟୁର ଉଦାହରଣ ଦେଇଥିଲେ। ଏଚ୍ଏଏଲ (ହାଲ) ଦ୍ୱାରା ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରିବା ଓ ଉତ୍ପାଦ ବଢାଇବା ପାଇଁ ସେ ପରାମର୍ଶ ଦେଇଥିଲେ।
Comments are closed.