www.samajalive.in
Wednesday, December 10, 2025
16.1 C
Bhubaneswar

ରାହୁଲଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଲେନି ମମତା

ନୂଆଦିଲ୍ଲୀ : ନିର୍ବାଚନୀ ମାହୋଲରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଅବତରଣ ପାଇଁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନାହାନ୍ତି। ଶୁକ୍ରବାର କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିଲିଗୁଡ଼ି ପୁଲିସ୍‍ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେବାକୁ ମନା କରିଛି। ପୁଲିସ୍‍ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇନାହିଁ।
ସୂଚନା ଅନୁସାରେ ଅପ୍ରେଲ ୧୪ରେ ପଶ୍ଚିମବଙ୍ଗରେ କଂଗ୍ରେସର ନିର୍ବାଚନୀ ର‍୍ୟାଲି କାର୍ଯ୍ୟକ୍ରମ ଅଛି। ଏନେଇ କଂଗ୍ରେସ ଅପ୍ରେଲ ୭ରେ ପଶ୍ଚିମବଙ୍ଗ ସରକାରଙ୍କୁ ରାହୁଲଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ମାଗିଥିଲେ। ହେଲେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‍ସି ସରକାର ରାହୁଲଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେବାକୁ ମନା କରିଛି।
ଏହା ପୂର୍ବରୁ ମମତା ବାନାର୍ଜୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଇନଥିଲେ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories