www.samajalive.in
Sunday, December 7, 2025
14.1 C
Bhubaneswar

ମୁଣ୍ଡବିନ୍ଧାକୁ ୨ମିନିଟରେ ଦୂର କରିବ ଏହି ଉପାୟ

ସାଧାରଣତଃ ମୁଣ୍ଡ ବିନ୍ଧିବା ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ବ୍ୟସ୍ତ ବହୁଳ ଜୀବନ ବା କାର୍ୟ୍ୟ ଚାପରେ ଥିବା ବ୍ୟକ୍ତିଙ୍କର ଏହି ସମସ୍ୟା ଅଧିକ ଥାଏ। କିଛି ଲୋକଙ୍କର ତ ପ୍ରାୟ ସବୁଦିନ ମୁଣ୍ଡ ବିନ୍ଧିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ସେବନ କରିଥାଆନ୍ତି ଓ ଏହା ଧିରେଧିରେ ଅଭ୍ୟାସରେ ପରିଣତ ହୋଇଯାଏ। ମାତ୍ର ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ସବୁବେଳେ ଔଷଧ ସେବନ କରିବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥଏ। ଏହାର ପାର୍ଶ୍ବପ୍ରତିକ୍ରିୟାରେ ଅନେକ ବିପଦର ଆଶଙ୍କା ଥାଏ। ତେବେ ଏପରି ଏକ ଘରୋଇ ଉପାୟ ରହିଛି ଯାହା ଦ୍ବାରା ମାତ୍ର କିଛି ସମୟ ମଧ୍ୟରେ ଆପଣ ମୁଣ୍ଡବିନ୍ଧାରୁ ମୁକ୍ତି ପାଇପାରିବେ। ଏହି ସମସ୍ୟାରୁ ରକ୍ଷା କରିବା ପାଇଁ ଜୁଆଣି ରାମବାଣ ଭଳି କାର୍ଯ୍ୟ କରିଥାଏ।

- Advertisement -

ଚାଲନ୍ତୁ ଜାଣିବା ଜୁଆଣି କିପରି ମୁଣ୍ଡବିନ୍ଧା ଦୂରେଇବାରେ ସାହାଯ୍ୟ କରେ –

ଜୁଆଣି ଉପଚାରକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ସର୍ବପ୍ରଥମେ ଏକ ଚାମଚ ଜୁଆଣିକୁ ତାଓ୍ବାରେ ହାଲୁକା ଭାଜି ଗୋଟିଏ ସୂତା ଲୁଗାରେ ବାହାର କରି ଆଣନ୍ତୁ। ଏବେ ଏହାକୁ ପୁଟୁଳି କରି ବାନ୍ଧି ଦିଅନ୍ତୁ।

ଏହି ପୁଟୁଳିରେ ଜୁଆଣି ହାଲୁକା ଗରମ ହୋଇଥିବା ଆବଶ୍ୟକ। ମୁଣ୍ଡ ବିନ୍ଧିଲେ ଥଣ୍ଡା ହେବା ପର୍ୟ୍ୟନ୍ତ ଏହି ଜୁଆଣି ପୁଟୁଳିକୁ ଶୁଙ୍ଘନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡ ବିନ୍ଧାରୁ ୨ମିନିଟରେ ଉପଶମ ମିଳିବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories