www.samajalive.in
Sunday, December 7, 2025
26.1 C
Bhubaneswar

ୟୁଏଇ ପରେ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ମୋଦୀ

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ) ପରେ ରୁଷ ଭାରତ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ରୁଷ ଦୂତାବାସ ପକ୍ଷରୁ ଜାରି ବୟାନରେ କହୁଯାଇଛି ଯେ ଭାରତ-ରୁଷର ରଣନୈତିକ ଭାଗିଦାରୀରେ ଅଦ୍ଭୂତପୂର୍ବ ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ପୁରସ୍କାର (ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିଉ) ସମ୍ମାନ ପ୍ରଦାନ କରାଯିବ।
ପ୍ରକାଶ ଯେ ଏହା ପୂର୍ବରୁ ଅପ୍ରେଲ ୪ରେ ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ) ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’ରେ ସମ୍ମାନିତ କରିବାକୁ ନିଷ୍ପଷତ୍ତି ନେଇଥିଲା। ଆବୁଧାବି ରାଜା ତଥା ୟୁଏଇ ସଶସ୍ତ୍ର ବଳର ଉପ-ମୁଖ୍ୟ କମାଣ୍ଡର ସେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ କହିଥିଲେ ଯେ ଭାରତ ସହ ଆମର ଐତିହାସିକ ଏବଂ ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ରହିଛି ଓ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଲ୍ଲେଖନୀୟ ଭୂମିକା ଯୋଗୁଁ ଏହି ସମ୍ପର୍କ ଅଧିକ ଦୃଢ ହୋଇଛି। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୟୁଏଇ ରାଷ୍ଟ୍ରପତି ତାଙ୍କୁ ‘ଜାୟେଦ ମେଡାଲ’ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଦକ୍ଷିଣ କୋରିଆ, ସାଉଦି ଆରବ, ଆଫଗାନିସ୍ତାନ, ପାଲେଷ୍ଟାଇନ୍‍ ଏବଂ ମିଳିତ ଜାତିସଂଘ ମୋଦୀଙ୍କୁ କେତେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ସୂଚନାଯୋଗ୍ୟ ଯେ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିଉ ଆପୋଷ୍ଟଲେ ହେଉଛି ରୁଷ ସଂଘର ସର୍ବୋଚ୍ଚ ସମ୍ମାନ। ୧୬୯୮ରୁ ରୁଷ ସାମ୍ରାଜ୍ୟର ସାହାସୀ ବୀରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିଲା। ରୁଷରେ ରାଜତନ୍ତ୍ରର ବିଲୋପ ସହ ସୋଭିଏତ ସଂଘ ଗଠନ ହେବା ପରେ ଏହି ସମ୍ମାନ ଉଚ୍ଛେଦ କରାଯାଇଥିଲା। ତେବେ ୧୯୯୮ରୁ ପୁଣି ଥରେ ଏହି ସମ୍ମାନ ପ୍ରଦାନ କରାଯାଉଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories